ଦେଢ଼କୁଇଣ୍ଟାଲ ରକ୍ତଚନ୍ଦନ କାଠ ଜବତ

ପାରଳାଖେମୁଣ୍ଡି,୧୭ା୧: ଗଜପତି ଜିଲା ମହେନ୍ଦ୍ରଗିରି ଓ ଦେବଗିରି ରେଞ୍ଜ ବନ କର୍ମଚାରୀ ଶନିବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଏକ ଅଟୋରେ ଚାଲାଣ ହେଉଥିବା ଦେଢ଼କୁଇଣ୍ଟାଲ ରକ୍ତଚନ୍ଦନ କାଠ ଜବତ କରିଛନ୍ତି। ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।

ପ୍ରକାଶ ଯେ, ରକ୍ତଚନ୍ଦନ କାଠ ଚୋରାଚାଲାଣ ହେଉଥିବା ନେଇ ବନବିଭାଗକୁ ସୂଚନା ମିଳିଥିଲା। ମହେନ୍ଦ୍ରଗିରି ରେଞ୍ଜର କବିନ୍‌ ପରିଚ୍ଛା, ଦେବଗିରି ରେଞ୍ଜର ଅରୁଣ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିଲା। ମହେନ୍ଦ୍ରଗିରି ରେଞ୍ଜ ଜଲାଙ୍ଗ ପଟୁ ଦେବଗିରି ରେଞ୍ଜ ଗୁର୍ଜାଙ୍ଗ ଅଭିମୁଖେ ଏକ ଅଟୋ (ନଂ.ଏପି ୩୦ ଓ୍ବାଇ-୬୪୭୮)ବିଳମ୍ବିତ ରାତିରେ ଯାଉଥିବା ବେଳେ ମହେନ୍ଦ୍ରଗିରି ରେଞ୍ଜ ବନକର୍ମଚାରୀ ପିଛା କରିଥିଲେ। ଖବର ପାଇ ଉପଲଡାଠାରେ ଦେବଗିରି ରେଞ୍ଜ କର୍ମଚାରୀ ଆଗରୁ ଘେରି ଯାଇଥିଲେ। ଯାଞ୍ଚ ପରେ ଅଟୋରେ ଜରିବସ୍ତାରେ ଦେଢ଼କୁଇଣ୍ଟାଲ ରକ୍ତଚନ୍ଦନ କାଠ ଥିବା ଜଣାପଡିଥିଲା।

Share