ପାଟଣା,୨୪।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ସିଲିଦାରେ ସୋମବାର ଅଭାବନୀୟ ଘଟଣା ଘଟିଛି। ଜଣେ ଦେଢ଼ ବର୍ଷର ଶିଶୁପୁତ୍ରର ପାଣି ବାଲଟିରେ ବୁଡି ମତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ହେଉଛନ୍ତି ଉକ୍ତ ଗ୍ରାମର ଜିତେନ ବେହେରାଙ୍କ ପୁଅ ଅଭିଜିତ ବେହେରା।
ସୂଚନାଯୋଗ୍ୟ ଯେ, ଅଭିଜିତକୁ ଅଟୋ ସାହାଯ୍ୟରେ ପରିବାର ଲୋକେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ଲୋକଙ୍କୁ ପାଟଣା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତରଥାନାକୁ ରିପୋର୍ଟ ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ୨ଟି ଅଟୋରେ ଆସିଥିବା ପରିବାର ଓ ଗାଁ ଲୋକେ ଶିଶୁ ପୁତ୍ରକୁ ବ୍ୟବଚ୍ଛଦ କରିବାକୁ ନଦେଇ ଜୋର୍ ଜବରଦସ୍ତ ଭାବେ ଶିଶୁପୁତ୍ରକୁ ମେଡିକାଲରୁ ନେଇ ଘର କୁ ପଳାଇଛନ୍ତିି। ପରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ ତୁରୁମୁଙ୍ଗା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କୁ ଜଣାଇ ଛନ୍ତି। ଖବର ପାଇ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି।