Categories: ଜାତୀୟ

ଟ୍ରେନିଂ ବେଳେ ଚାଲିଗଲା ଯବାନଙ୍କ ଜୀବନ

ନୂଆଦିଲ୍ଲୀ,୨୧।୮ : ପଞ୍ଜାବର ପଠାନକୋଟସ୍ଥିତ ମାମୁନ ସେନା ଷ୍ଟେଶନଠାରେ ଶନିବାର ଟ୍ରେନିଂ ବେଳେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଯବାନଙ୍କୁ ଗୁରୁତର ହୋଇପଡ଼ିଛନ୍ତି। ପ୍ରଭାବିତ ଯବାନଙ୍କୁ ପଠାନକୋଟସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଅତ୍ୟଧିକ ଖରା ଓ ଗୁଳୁଗୁଳିରେ ଟ୍ରେନିଂ କରାଯାଉଥିଲା। ସେନା ଅଧିକାରୀଙ୍କ ତଦାରଖରେ ଏହି ଟ୍ରେନିଂ ସେସନ ଅନୁଷ୍ଠିତ ହୋଇଥିଲା।

Share