ଗଞ୍ଜାମ,୧୪ା୧୨(ଡି.ଏନ୍.ଏ.): ଦୀର୍ଘ ୧୨ବର୍ଷ ହେବ ଫେରାର ଥିବା ଜନୈକ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଞ୍ଜାମ ପୋଲିସ l ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଗସ୍ତି ନୁଆଁଗାଁର ବିନୋଦ ପଲାଇ (୪୫)।
ପୋଲିସ ସୂଚନାନୁଯାୟୀ, ବିନୋଦଙ୍କ ବିରୋଧରେ ଗଞ୍ଜାମ ଥାନାରେ ବଳାତ୍କାର ଅଭିଯୋଗ ହୋଇଥିଲା। ସେହିଦିନଠାରୁ ପୋଲିସକୁ ଚକମା ଦେଇ ସେ ଫେରାର ରହିଥିଲେ। କୌଣସି ସୂତ୍ରରୁ ଖବର ପାଇ ଗଞ୍ଜାମ ଥାନାଧିକାରୀ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ମଙ୍ଗଳବାର ରାତିରେ ଅଗସ୍ତି ନୂଆଗାଁକୁ ପୋଲିସ ଟିମ୍ ପହଞ୍ଚି କୌଶଳକ୍ରମେ ଅଭିଯୁକ୍ତଙ୍କୁ ଧରିଥିଲେ। ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗଞ୍ଜାମ ଥାନା ଅଧିକାରୀ ସୂଚନା ଦେଇଛନ୍ତି।