ବିଡିଓ, ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଜଣେ ଗିରଫ

ଟେନ୍‌ସା,୨୯ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ ଏବଂ ସହକାରୀ ଯନ୍ତ୍ରୀ ଅଭିଷେକ ପାଣିଗ୍ରାହୀଙ୍କୁ ମାଡ଼ ମାରି ଜଣେ ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ବିଡିଓ ପଲ୍ଲବୀ ରାଣୀ ରାଜ ନିଜ ସରକାରୀ ବାସଗୃହରେ ଥିଲେ। ହଠାତ ଅଭିଯୁକ୍ତ ଅର୍ଥାତ୍‌ ତାଙ୍କ ବାପା ଓ ଭାଇ ଘର ଭିତରକୁ ପଶି ଆସି ତାଙ୍କୁ ମାଡ଼ ମାରିଥିଲେ। ପାଟି ତୁଣ୍ଡ ଶୁଣି ବ୍ଲକ ସହକାରୀ ଯନ୍ତ୍ରୀ ଅଭିଷେକ ପାଣିଗ୍ରାହୀ ଆସିଲା ବେଳକୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ବୋଲି କୋଇଡ଼ା ଥାନାରେ ଅଭିଯୋଗ ହୋଇଛି। ଏତଲା ଆଧାରରେ ବିଡିଓ ଥିବା ଝିଅଙ୍କୁ ମାଡ଼ ମାରିବା ଅଭିଯୋଗରେ ବାପା ରମେଶ ଚନ୍ଦ୍ର ରାଜଙ୍କୁ କୋଇଡା ପୋଲିସ ଗିରଫ କରିଥିବା ବେଳେ ଭାଇ ସଂଗ୍ରାମ ରାଜ ଫେରାର ଅଛନ୍ତି। କୋଇଡ଼ା ବିଡିଓଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍‌ ତାଙ୍କ କ୍ବାର୍ଟର୍ସ ଯାଇ ଚିକିତ୍ସା କରିବା ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ କୋଇଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଏ ନେଇ କୋଇଡ଼ା ଥାନାରେ କେସ୍‌ ନଂ ୩୪/୨୩ରେ ଏକ ମାମଲା ରୁଜୁ ହୋଇଛି ବୋଲି କୋଇଡ଼ା ଥାନା ଅଧିକାରୀ ଲୋକେଶ୍ୱର ସାହୁ ପ୍ରକାଶ କରିଛନ୍ତି।