Categories: ଜାତୀୟ

ହାଇଦ୍ରାବାଦ ଗଣାବଳାତ୍କାର ମାମଲାରେ ଜଣେ ଗିରଫ: ୫ ଅଭିଯୁକ୍ତ ଚିହ୍ନଟ

ହାଇଦ୍ରାବାଦ,୪।୬: ହାଇଦ୍ରାବାଦ ଗଣବଳାତ୍କାର ମାମଲାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏଥିସହ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଅଭିଯୁକ୍ତମାନେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ର ବୋଲି ପୋଲିସ ସୂଚନା ଦେଇଛି। ଅନ୍ୟପଟେ ସହରର ପୋଶ ଅଞ୍ଚଳରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ଏକ କାରରେ ଗଣବଳାତ୍କାର କରାଯିବାର କିଛି ଘଣ୍ଟା ପୂର୍ବରୁ, ପବ୍‌ରୁ ବାହାରୁଥିବାର କିଛି ସନ୍ଦିଗ୍ଧଙ୍କ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ପୀଡିତା ଜଣେ ପୁଅଙ୍କ ସହିତ ପବ୍‌ ଭିତରୁ ବାହାରକୁ ବାହାରୁଥିବାର ଦେଖିବାକୁ ମିଳିଛି। ଏହି ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି। କୁହାଯାଉଛି, ଯୁବକମାନେ ଜୁବଲି ହିଲ୍ସ ଅଞ୍ଚଳରେ କାର ପାର୍କିଂ କରି ଉକ୍ତ ପୀଡ଼ିତାଙ୍କୁ ଗଣବଳାତ୍କାର କରିଥିଲେ।

 

Share