ଭଦ୍ରକ ଅଫିସ,୧୫।୩: ଭଦ୍ରକ ଗେଲପୁର ଇଲେକ୍ଟ୍ରି ଗ୍ରୀଡ ନିକଟରେ ମଙ୍ଗଳବାର ରାତିରେ ଯାନବାହନ ଯାଞ୍ଚ ହୋଇଥିଲା। ଏହି ସମୟରେ ଜଣେ ଯୁବକଙ୍କଠାରୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧୫.୮ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଅଭିଯୁକ୍ତ ଯାଜପୁର ଅଞ୍ଚଳର ରାଜୁ ମାଝିି ବୋଲି ବୁଧବାର ଗ୍ରାମାଞ୍ଚଳ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍ଡିପିଓ ସୌରଭ ଓତା ସୂଚନା ଦେଇଛନ୍ତି । ଯାଞ୍ଚ ହେବା ଦେଖି ରାଜୁ ଗାଡି ବୁଲାଇ ପଳାଇ ଯାଉଥିଲେ। ପରେ ପୋଲିସ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ୧୫.୮ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏସ୍ଆଇ ରଶ୍ମିତା ମଲ୍ଲିକଙ୍କ ଅଭିଯୋଗ କ୍ରମେ ଥାନାରେ କେସ ନଂ.୧୫୨/୨୩ରେ ମାମଲା ରୁଜୁ ହୋଇି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।