Advertisement

ନାବାଳିକା ଅପହରଣ, ବଳାତ୍କାର ମାମଲାରେ ଜଣେ ଗିରଫ

ଜୟପୁର, ୨୨।୯(ପବନ ପାଣିଗ୍ରାହୀ): ନାବାଳିକାକୁ ଅପହରଣ ଓ ବଳାତ୍କାର ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଜୟପୁର ଟାଉନ ପୋଲିସ ଗିରଫ କରିଛି। ସେ ହେଲେ ଅଭିଯୁକ୍ତ ଢେପଗୁଡ଼ାର ସୁମିତ ବାଘ (୨୨)। ପୋଲିସ ସୂଚନାନୁଯାଇ ଜଣେ ନାବାଳିକା ନିଖୋଜ ଥିବା ନେଇ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ନାବାଳିକାଙ୍କୁ ବୋରିଗୁମ୍ମାରୁ ଉଦ୍ଧାର କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ନାବାଳିକାଙ୍କୁ ଉଦ୍ଧାର ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଟାଉନ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel