ବ୍ରାଉନସୁଗାର ମାଫିଆଙ୍କ କୋଟିଏ ଟଙ୍କାର ସମ୍ପତ୍ତି ଜବତ

ପୁରୀ ଅଫିସ,୧।୪: ପୁରୀରେ ବ୍ରାଉସୁଗାର ସମେତ ନିଶା କାରବାର ବଢ଼ି ଚାଲିଥିବା ବେଳେ ପୁରୀ ପୋଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ପୁରୀ ସମେତ ଜିଲାରେ ବ୍ରାଉନସୁଗାର କାରବାର ଚଲାଉଥିବା ଜଣେ ବଡ଼ ବେପାରୀଙ୍କୁ ପୋଲିସ କାବୁ କରିଛି। ସେ ହେଲେ ପୁରୀ ନିକଟ ଗଡ଼ିଶାଗଦାସ୍ଥିତ ସୁନାଖଳାର ଅନିରୁଦ୍ଧ ଜୟସିଂହ। ପୋଲିସ ଅନିରୁଦ୍ଧଙ୍କୁ ଜାନୁୟାରୀରୁ ଗିରଫ କରିଥିବା ବେଳେ ୧୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା। ସେ ଜଣେ ବଡ଼ ନିଶା ବେପାରୀ ଥିବାରୁ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଏବେ ସୁଦ୍ଧା ପ୍ରାୟ ୧କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ଏସ୍‌ପି କନଓ୍ବର ବିଶ୍ୱାଳ ସିଂ ଗୁରୁବାର ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଏଥିସହ ଅନିରୁଦ୍ଧଙ୍କ ୨ଟି ଜେସିବି, ଗୋଟିଏ କାର୍‌, ସୁନାଗହଣା, ଘରୋଇ ସାମଗ୍ରୀ ଓ ହାର୍ଡଓ୍ବେର ଦୋକାନ ଓ ସିମେଣ୍ଟ ଗୋଦାମକୁ ଜବତ କରାଯାଇଛି। ଡିଏସ୍‌ପି ମନୋବ୍ରତ ଶତପଥୀ, ଅରଖକୁଦା ସାମୁଦ୍ରିକ ଥାନାର ଆଇଆଇସି ବିଜୟ କେତନ ବେହେରା ଓ ବାସେଳୀ ସାହି ଆଇଆଇସି କୁଳମଣୀ ସେଠୀଙ୍କ ମିଳିତ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉକ୍ତ ସମ୍ପତ୍ତି ଜବତ କରିଛନ୍ତି।
ସୂଚନା ଅନୁଯାୟୀ, ଜାନୁୟାରୀ ୭ରେ ପୁରୀର ବାସେଳିସାହି ଅଞ୍ଚଳରେ ଅନିରୁଦ୍ଧଙ୍କ ଉପସ୍ଥିତିରେ ବ୍ରାଉନସୁଗାର ବିକ୍ରି ହେଉଥିଲା। ବିଶେଷସୂତ୍ରରୁ ଖବରପାଇ ପୋଲିସ ସେଠାରେ ପହଞ୍ଚତ୍ ଚଢ଼ାଉ କରି ଅନିରୁଦ୍ଧଙ୍କୁ ଗିରଫ କରିଥିଲା। ଏ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ତାଙ୍କଠାରୁ ୧୪୦ ଗ୍ରାମର ବ୍ରାଉନସୁଗାର ସମେତ ଅନ୍ୟ ନିଶାଦ୍ରବ୍ୟ ପାଇଥିଲା। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପରେ ପୁରୀ ଏସ୍‌ପି କନୱର ବିଶାଲ ସିଂ ଏକ ଆର୍ଥିକ ଅନୁସନ୍ଧାନକାରୀ ଟିମ୍‌ ଗଠନ କରି ମାମଲାର ଖୋଳତାଡ଼ କରିଥିଲେ। ପାଖାପାଖି ୨ ମାସର କସରତ ପରେ ପୁରୀ ପୋଲିସକୁ ଗୁରୁବାର ଏହି ସଫଳତା ମିଳିଛି। ପୁରୀ ସହରରେ ବ୍ରାଉନସୁଗାର ବେପାରୀ ଭାବେ ଅନିରୁଦ୍ଧ କୁଖ୍ୟାତ ଥିବାବେଳେ ନିଶାସେବନ କରୁଥିବା ଯୁବଗୋଷ୍ଠୀଙ୍କୁ ନିଶାବେପାରରେ ସାମିଲ କରୁଥିବା ଅଭିଯୋଗ ହେଉଥିଲା। ବ୍ରାଉନସୁଗାର ବେପାରରୁ ହୋଇଥିବା ଆୟରେ ୧ କୋଟି ୧୭ ହଜାର ୨୭୬ ଟଙ୍କା ମୂଲ୍ୟର ସମ୍ପତ୍ତି ଠୁଳ କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଅନିରୁଦ୍ଧଙ୍କ ନାମରେ ନିଶା ବେପାର କରୁଥିବା ଅଭିଯୋଗରେ ଗଡ଼ିଶାଗୋଦା ଥାନା, ଭୁବନେଶ୍ୱର ଶହୀଦନଗର ଥାନା, ଜଙ୍କିଆ ଥାନାରେ ବିଭିନ୍ନ ମାମଲା ରହିଛି। ସେହିଭଳି ବାସେଳି ସାହି ଥାନାରେ ମଧ୍ୟ ନମ୍ବର ୮/୨୨ରେ ଏନଡିପିଏସ୍‌ ଆକ୍ଟ ୨୧(ବି) ଓ ୨୯ରେ ମାମଲା ରୁଜୁ ହୋଇଥିଲା।
ଏସ୍‌ପି ସିଂ ଖବରଦାତା ସମ୍ମିଳନୀରେ କହିଛନ୍ତି, ପୁରୀ ଜିଲାକୁ ନିଶାମୁକ୍ତ କରିବା ପାଇଁ ଜୋରଦାର ଅଭିଯାନ ଚାଲିଛି। ଏଥିପାଇଁ ସ୍ପେଶାଲ୍‌ ଟାସ୍କ ଫୋର୍ସ ଗଠନ ହୋଇଛି। ସ୍ପେଶାଲ ଡ୍ରାଇଭ୍‌ରେ ୨୦୨୨ ଆରମ୍ଭରୁ ଏପର୍ଯ୍ୟନ୍ତ ପାଖାପାଖି ୧ କେଜି ୩୯୨ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏଥିସହ ୨୧ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏହି କ୍ରମରେ ଗୁରୁବାର ଅନିରୁଦ୍ଧ ଜୟସିଂହଙ୍କ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ଜବତ ହୋଇଛି। କୋଲକାତାକୁ କାଗଜପତ୍ର ପଠାଯାଇଛି। ହ୍ବାଟ୍‌ସଆପ୍‌ ମାଧ୍ୟମରେ ଏକ ଟୋଲ ଫ୍ରି ନମ୍ବର ଇସ୍ୟୁ ହୋଇଛି। ପୁରୀ ଜିଲାବାସୀ ବ୍ରାଉନସୁଗାର ବେପାରୀ କିମ୍ବା ମାଫିଆଙ୍କ ସମ୍ପର୍କିତ ସୂଚନା ପୋଲିସକୁ ଯୋଗାଇବା ପାଇଁ ଅପିଲ କରାଯାଇଛି। ସେହିଭଳି ଅନିରୁଦ୍ଧ ସହ ଆହୁରି ୪ଜଣ ବ୍ରାଉନସୁଗାର ବେପାରୀ ମଧ୍ୟ ଜାନୁୟାରୀ ୭ରେ ଗିରଫ ହୋଇଥିଲେ। କିଭଳି ବ୍ରାଉନସୁଗାର ସେବନକୁ କମାଯିବ ସେନେଇ ପୋଲିସ ବିକଳ୍ପ ପ୍ରସ୍ତୁତି କରୁଛି ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri