ଗୋଟିଏ ସିଗାରେଟ ବଦଳାଇ ଦେଇଥିଲା ଏହି ପ୍ରସିଦ୍ଧ ଅଭିନେତାଙ୍କ ଜୀବନ

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ୍‌ ଭାବେ ପରିଚିତ ପ୍ରାନ୍‌ଙ୍କ ଆଜି ୧୦୧ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ସେ ଆଂସୁ ବନ୍‌ ଗଏ ମୁସ୍କାନ, ଉପକାର ଏବଂ ବେଇମାନ ପିଲ୍ମ ପାଇଁ ୩ଥର ସହ ଅଭିନେତା ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି। କିନ୍ତୁ ୧୯୭୩ରେ ବେଇମାନ ଫିଲ୍ମ ପାଇଁ ସେ ପୁରସ୍କାର ନେବାକୁ ମନା କରିଦେଇଥିଲେ। ସେ ଦର୍ଶାଇଥିଲେ ଯେ କମଲ ଅମରୋହୀଙ୍କ ଫିଲ୍ମ ‘ପାକିଜା’କୁ କୌଣସି ପୁରସ୍କାର ଦିଆଯାଇ ନ ଥିଲା। ଫିଲ୍ମ ଫେୟାର ଚୟନ ସମିତି ଉପରକୁ ଖପ୍ପା ହୋଇ ସେ ପୁରସ୍କାର ଗ୍ରହଣ କରି ନ ଥିଲେ। ଫିଲ୍ମରେ ସେ ଜଣେ ପୋଲିସ କନଷ୍ଟେବଳ ଭୂମିକାରେ ନଜର ଆସିଥିଲେ।
ପ୍ରାନ ସିଗାରେଟ୍‌କୁ ନିଜ ପ୍ରଥମ ପ୍ରେମ ବୋଲି କହୁଥିଲେ। ଷଷ୍ଠ ଶ୍ରେଣୀରୁ ଏହି ଅଭ୍ୟାସ ସେ ଆରମ୍ଭ କରିଥିଲେ। ଥରେ ସେ ସିଗାରେଟ୍‌ ଆଣିବାକୁ ଗୋଟିଏ ଦୋକାନ ଯାଇଥିଲେ। ଏହି ସମୟରେ ତାଙ୍କୁ ଫିଲ୍ମ ରାଇଟର୍‌ ମହମ୍ମଦ ବଲୀଙ୍କ ସହ ଦେଖାହୋଇଥିଲା। ବଲୀ ପ୍ରାନଙ୍କୁ ଦେଖି ତାଙ୍କୁ ନିଜ ଫିଲ୍ମରେ ନେବାକୁ କହିଥିଲେ। ଏହାପରେ ପ୍ରାନ ପଞ୍ଜାବୀ ଫିଲ୍ମ ୟମଲା ଜଟରେ କ୍ୟାରିୟର୍‌ ଆରମ୍ଭ କରିଥିଲେ।
ପ୍ରାନ୍‌ ଜଣେ ଦକ୍ଷ ଅଭିନେତା ଥିଲେ। ସେ ପାଖାପାଖି ୩୫୦ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ କେତୋଟି ଲୋକପ୍ରିୟ ଫିଲ୍ମ ହେଲା ‘ଖାନ୍ଦାନ’, ‘ପିପିଲି ସାହେବ’, ‘ହାଲାକୁ, ମଧୁମତୀ’, ‘ଜିସ ଦେଶମେଁ ଗଙ୍ଗା ବହତି ହେ’, ‘ଉପକାର’, ସହିଦ’, ପୂରବ ଔର୍‌ ପଶ୍ଚିମ’, ରାମ ଔର୍‌ ଶ୍ୟାମ’, ‘ଆଁସୁ ବନ ଗୟେ ଫୁଲ’, ଜନି ମେରା ନାମ’, ‘ଭିକ୍ଟୋରିଆ ନଂ ୨୦୩’, ‘ବେଇମାନ’, ‘ଜଞ୍ଜୀର’, ‘ଡନ’, ‘ଅମର ଆକବର ଆନ୍ଥୋନି’ ଓ ‘ଦୁନିୟା’। ଅଭିନେତା ଓ ନିର୍ଦ୍ଦେଶକ ମନୋଜ କୁମାର ହିଁ ‘ଉପକାର’ ସିନେମାରେ ପ୍ରଥମଥର ପାଇଁ ପ୍ରାନଙ୍କୁ ଭିନ୍ନ ଚରିତ୍ରରେ ସୁଯୋଗ ଦେଇଥିଲେ। ଏହାପରେ ପ୍ରାନ ଚରିତ୍ର ଅଭିନୟରେ ମନୋନିବେଶ କରିଥିଲେ।

ବି.ଦ୍ର: ସିଗାରେଟ୍‌ ପିଇବା ଶରୀର ପ୍ରତି ହାନିକାରକ

Share