Categories: ଜାତୀୟ

ଇଟାଭାଟିରୁ ମିଳିଲା କୋଟିଏ ମୂଲ୍ୟର ହୀରା

ଭୋପାଳ,୨୩ା୨: ଭାଗ୍ୟ ବଦଳିବାକୁ ବେଶି ସମୟ ଲାଗି ନ ଥାଏ । ମଧ୍ୟପ୍ରଦେଶ ପାନ୍ନା ଜିଲାରେ ଏମିତି ଗୋଟିଏ ଘଟଣା ଘଟିଛି ଯାହା ସାଧାରଣରେ ଅବିଶ୍ୱସନୀୟ ହେଲେ ବି ସତ, ଯାହା ସୁଶୀଲ ଶୁକ୍ଳାଙ୍କ ଭାଗ୍ୟ ବଦଳେଇ ଦେଇଛି। ମଧ୍ୟପ୍ରଦେଶର ପାନ୍ନା ଜିଲା ଅନ୍ତର୍ଗତ କିଶୋରଗଞ୍ଜର ସୁଶୀଲ ଶୁକ୍ଳା। କ୍ରିଷ୍ଣା କଲ୍ୟାଣପୁରର ଏକ ଜାଗା ଭଡ଼ା ନେଇ ସେ ଏକ ଛୋଟିଆ ଇଟାଭାଟି ଚଳାନ୍ତି। ପ୍ରତିଦିନ ଭଳି ସୋମବାର ମଧ୍ୟ ସେ ଓ ତାଙ୍କ ବନ୍ଧୁ ଇଟାଭାଟିରେ କାମ କରୁଥାନ୍ତି। କିନ୍ତୁ କିଏ ଜାଣିଥିଲା ସୋମବାର ତାଙ୍କ ପାଇଁ ଏତେ ଶୁଭଙ୍କର ହେବ। ଭାଟିରେ କାମ କରୁଥିବାବେଳେ ୨୬.୧୧ କ୍ୟାରେଟ୍‌ର ହୀରା ସେ ପାଇଥିଲେ, ଯାହାର ବଜାର ମୂଲ୍ୟ ୧ କୋଟି ୨୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ତେବେ ଆସନ୍ତା ଦିନରେ ଏହି ହୀରା ନିଲାମ ହେବ ବୋଲି ପାନ୍ନାର ବରିଷ୍ଠ ଅଧିକାରୀ କହିଛନ୍ତି।

Share