ନବରଙ୍ଗପୁର,୧୬।୧୨(ବି.ପ୍ର.): ସାଧାରଣତଃ ମଣିଷ ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ପରିବାର ଅଥବା ବନ୍ଧୁଙ୍କୁ ଦାନ କରିଥାନ୍ତି। କିନ୍ତୁ ନବରଙ୍ଗପୁର ସହର ଭଗବତୀ ସାହି ବାସିନ୍ଧା ଭବାନୀ ସାହୁଙ୍କ ସ୍ତ୍ରୀ ବୈଜୟନ୍ତୀ ନିଜର କୋଟିଏ ଟଙ୍କାର ଘରକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ନୀତି ପରିଚାଳନା ନିଯୋଗକୁ ଦାନ କରିଛନ୍ତି। ମଙ୍ଗଳବାର ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜିଲାରେ ଏଭଳି ଘଟଣା ପ୍ରଥମ। ବୈଜୟନ୍ତୀଙ୍କ ଏତାଦୃଶ କାମ ପାଇଁ ସମସ୍ତେ ତାଙ୍କୁ ସାଧୁବାଦ ଦେଉଛନ୍ତି।
ବୈଜୟନ୍ତୀଙ୍କ ସ୍ବାମୀ ଭବାନୀ ଜଣେ ପକ୍ଷାଘାତ ରୋଗୀ। ସେମାନଙ୍କର ୩ ଝିଅ (ପୁଷ୍ପାଞ୍ଜଳି, ଗୀତାଞ୍ଜଳି ଓ ଶ୍ରଦ୍ଧାଞ୍ଜଳି) ଅଛନ୍ତି। ସମସ୍ତ ଝିଅ ବିବାହ କରି ସାରିଛନ୍ତି। ବୈଜୟନ୍ତୀ ଜଣେ ଜଗନ୍ନାଥ ଭକ୍ତ ଥିଲେ। ସେ କ୍ୟାନ୍ସରରେ ପୀଡିତ ଥିବା କିଛିମାସ ଆଗରୁ ଜଣାପଡିଥିଲା। ମୃତ୍ୟୁ ପୂର୍ବରୁ ନିଜ ଘରକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗକୁ ଦାନ କରିବାକୁ ଚାହୁଁଥିବା ନେଇ ଝିଅ ଜ୍ୱାଇଁଙ୍କୁ ଜଣାଇଥିଲେ। ନଭେମ୍ବର ୨୬ରେ ମନ୍ଦିର ନୀତି ପରିଚାଳନା କମିଟିକୁ କୋଟିଏ ଟଙ୍କାର ଘରକୁ ବୈଜୟନ୍ତୀ ଦାନ କରିଥିଲେ ବୋଲି ବଡ଼ଝିଅ ପୁଷ୍ପାଞ୍ଜଳି କହିଛନ୍ତି। ଡିସେମ୍ବର ୨ରେ ବୈଜୟନ୍ତୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗ ପକ୍ଷରୁ ପୁରୀ ସ୍ବର୍ଗଦ୍ୱାରରେ ମୃତଦେହ ସତ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ବୋଲି ମଙ୍ଗଳବାର ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ରାଜପୁରୋହିତ ନରସିଂହ ତ୍ରିପାଠୀ, ଜଗନ୍ନାଥ ନୀତି ପରିଚାଳନା ନିଯୋଗ ସଭାପତି ନରେଶ ତ୍ରିପାଠୀ, ସମ୍ପାଦକ କୁନା ପାତ୍ର, ଉପସଭାପତି ଭବାନୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈଜୟନ୍ତୀଙ୍କ ଜ୍ୱାଇଁ ନରସିଂହ ଚୌଧୁରୀ, ଅଜୟ ଶତପଥୀ ଓ ହରି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ନବରଙ୍ଗପୁର View All

ଅସ୍ବାଭାବିକ ସ୍ଥିତି: ଦିନରେ ତାତି, ରାତିରେ କାକର
ଧରାକୋଟ,୧୧ା୩(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ରାଜ୍ୟରେ ଗତ କିଛିଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ଂ ଡିଗ୍ରୀ ସେଲସିୟସ ଉପରେ ରହୁଛି। ହେଲେ ଗଞ୍ଜାମ ଜିଲାର ଧରାକୋଟ...

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଥାନାରେ ଏତଲା ଦେଲେ ଯୁବତୀ
ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର): ବିବାହର ନିର୍ଭର ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଇଥିବା ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଯୁବତୀ ଏତଲା ଦେଇଛନ୍ତି।...

ଅଟୋକୁ ଧକ୍କାଦେଲା ବାଇକ୍ : ମେଡିକାଲରେ ଆଖିବୁଜିଲେ ଜଣେ, ମୃତ୍ୟୁସହ ସଙ୍ଗ୍ରାମ କରୁଛନ୍ତି…
ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଛକ ତଥା ଜାତୀୟ ରାଜପଥ ଉପରେ ଏକ ଅଟୋ ସହ ମୋଟର ସାଇକେଲ...

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍, ମାଡିବସିଲା ପୋଲିସ: ୨ ଗିରଫ
ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ...

ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଆଜି ଯାଞ୍ଚ
ଯାଜପୁରରୋଡ୍,୧୧ା୩(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଛି। ଯାଜପୁର...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ
ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ଦୁଇ ସାଙ୍ଗ ଘରକୁ ଫେରୁଥବା ବେଳେ ଘଟିଲା ଦୁର୍ଘଟଣା : ଜଣଙ୍କ ଆଗରେ ଚାଲିଗଲା ଆଉଜଣଙ୍କ ଜୀବନ
ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।...

ଗୋ ଚାଲାଣକାରୀଙ୍କୁ ପୋଲିସର ଏନ୍କାଉଣ୍ଟର: ୨ ଅପରାଧୀ ଆହତ
ସମ୍ବଲପୁର,୧୧।୩(ପ୍ରମୋଦ ବହିଦାର): ସମ୍ବଲପୁରର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଗୋରୁ ଚୋରା ଚାଲାଣକରୀଙ୍କ...
Archives
