Categories: ଜାତୀୟ

ଟିକାକରଣରେ ମହାରାଷ୍ଟ୍ର ଆଗରେ

ନୂଆଦିଲ୍ଲୀ,୨୭ ।୭: କରୋନା ମହାମାରୀ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଛି କହିଲେ ଚଳେ । ଏହି ମହାମାରୀଠାରୁ ଦୂରେଇ ରହିବାର ଗୋଟିଏ ମାଧ୍ୟମ ହେଉଛି ଟିକାକରଣ । ଦିନେ କରୋନା ମହାମାରୀରେ ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛି । ସୂଚନାଯୋଗ୍ୟ, ମହାରାଷ୍ଟ୍ର ଏବେ ଦେଶର ପ୍ରଥମ ରାଜ୍ୟ ଭାବେ ଟିକାକରଣ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ସୋମବାର ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୧,୦୦,୯୯,୫୨୪ ଲୋକଙ୍କୁ ଉଭୟ ଡୋଜ ଟିକା ଦିଆ ସରିଲାଣି । ସେହିଭଳି ଦେଶରେ ପ୍ରାୟ ୯କୋଟି ଲୋକଙ୍କୁ ଦୁଇଟି ଯାକ ଡୋଜ ଦିଆ ସରିଲାଣି । ତେବେ ମହାରାଷ୍ଟ୍ରରେ ଜନସଂଖ୍ୟା ପ୍ରାୟ ୮.୫ କୋଟି ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୨ ପ୍ରତିଶତ ଉଭୟ ଡୋଜ ଟିକା ନେଇ ସାରିଲେଣି । ଆଉ ୨୫ ପ୍ରତିଶତ ଗୋଟିଏ ଡୋଜ ନେଇସାରିଲେଣି ।

Share