ଦିନେ ନିଆଁରେ ଘିଅ ଢାଳିଥିଲେ ହାସିନା: ଆଉ ଆଜି….

ଢାକା,୬।୮:ଏକଦା ବାଂଲାଦେଶକୁ ସାମରିକ ଶାସନରୁ ରକ୍ଷା କରିଥିବା ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଗୋଟିଏ ମନ୍ତବ୍ୟ ସେନା ହାତକୁ କ୍ଷମତା ବଢ଼ାଇଦେଇଛି। ଦେଶରେ ସଂରକ୍ଷଣ ବିରୋଧୀ ହିଂସା ଥମି ଆସୁଥିବାବେଳେ ହାସିନା କହିଥିଲେ, ଯଦି ସ୍ବାଧୀନତା ସଂଗ୍ରାମୀଙ୍କ ନାତୁଣୀନାତି ସଂରକ୍ଷଣ ସୁବିଧା ନ ପାଇବେ ତେବେ କିଏ ପାଇବ? ରଜକରଙ୍କ ବଂଶଧର ପାଇବେ କି ବୋଲି ସେ ଦେଶବାସୀଙ୍କୁ ପ୍ରଶ୍ନ କରିଥିଲେ। ବିକ୍ଷୋଭକାରୀମାନେ ନ ମାନିଲେ ମୁଁ କିଛି କରିପାରିବି ନାହିଁ। ସେମାନେ ବିକ୍ଷୋଭ ଜାରି ରଖିପାରନ୍ତି। ବିକ୍ଷୋଭକାରୀ ଯଦି ସମ୍ପତ୍ତି ନଷ୍ଟ କିମ୍ବା ପୋଲିସକୁ ଆକ୍ରମଣ କରନ୍ତି, ତେବେ ଆଇନ ତା’ କାମ କରିବ। ଆମେ କିଛି ସାହାଯ୍ୟ କରିପାରିବୁ ନାହିଁ। ହାସିନାଙ୍କ ଏହି ‘ରଜକର’ ମନ୍ତବ୍ୟ ଆନ୍ଦୋଳନର ନିଆଁରେ ଘିଅ ଢାଳିବା ସଦୃଶ ଥିଲା। ୧୯୭୧ ମୁକ୍ତିଯୁଦ୍ଧ ବେଳେ ପାକିସ୍ତାନ ସେନା ପକ୍ଷରୁ ନିଯୁକ୍ତ ଅର୍ଦ୍ଧସାମରିକ ବଳ ‘ରଜକର’ ଗଣହତ୍ୟା, ଗଣବଳାତ୍କାର ଓ ନିର୍ଯାତନା ପାଇଁ କୁଖ୍ୟାତ ଥିଲେ।

Share