ଦିନେ ଗୌରବ ଆଣୁଥିଲେ, ଏବେ ବାଲି ବୋହୁଛନ୍ତି

ନନ୍ଦପୁର, ୧୫।୬ (ଶଙ୍କର ପୂଜାରୀ) ଉଚ୍ଚଶିକ୍ଷିତ ତଥା ଅନ୍ତଃରାଷ୍ଟ୍ରୀୟ ଦୃଷ୍ଟିହୀନ କ୍ରିକେଟ ଖେଳରେ କୋରାପୁଟ ଜିଲା ତଥା ଓଡ଼ିଶାର ପ୍ରତିନିଧିତ୍ୱ କରି ଗୋଲୁର ପଞ୍ଚାୟତ ପୋଡ଼େଇସିଂ ଗ୍ରାମର ଯୁବକ ରଘୁରାମ ନାୟକ ଦିନେ ନନ୍ଦପୁର ବ୍ଲକ ପାଇଁ ଆଣିଥିଲେ ଗୌରବ। ଏବେ ସେ ଜାତୀୟ ସ୍ତରରେ ହୋଇଛନ୍ତି ସମ୍ମାନିତ। ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଆସୋସିଏଶନ (ସିଏବିଓ୍ବାଇ) ପକ୍ଷରୁ ଆୟୋଜିତ ଅନ୍ତଃରାଷ୍ଟ୍ରୀୟ ନାଗେଶ କ୍ରିକେଟ ଟୁର୍ନାମେଣ୍ଟରେ ଭାଗନେଇ ରଘୁରାମ ରାଜ୍ୟକୁ ୨୦୨୦ରେ ଚାମ୍ପିୟନ, ୨୦୨୧ ଓ ୨୦୨୨ରେ ଉପବିଜେତା କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ବର୍ତ୍ତମାନ ମଧ୍ୟ ସେ ରାଜ୍ୟ ତଥା ଜିଲା ଦୃଷ୍ଟିବାଧିତ କ୍ରିକେଟ ଟିମ୍‌ର ସଦସ୍ୟ ଅଛନ୍ତି। ନିଜ ଗୁଜୁରାଣ ମେଣ୍ଟାଇବାକୁ ରଘୁରାମ ନନ୍ଦପୁର ବ୍ଲକ ଅନ୍ତର୍ଗତ ଡୁରୁବା-ଗାଲଗାଣ୍ଡା ବାଲି ସଇରାତର ବାଲିବୁହା ଟ୍ରାକ୍ଟରରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ପରି କ୍ରୀଡ଼ାଭିତ୍ତିକ ରାଜ୍ୟରେ ଦିବ୍ୟାଙ୍ଗ ଆଦିବାସୀ ଖେଳାଳିଙ୍କୁ ପ୍ରୋତ୍ସାହନ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ରଘୁରାମ।
କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟରେ ଦଶମ ଓ କୋରାପୁଟ ଡିଏଭି କଲେଜରେ ସ୍ନାତକ ହାସଲ କରିଥିବା ରଘୁରାମ ୨୦୧୬ରେ ଦଶମ ଶ୍ରେଣୀ ପଢୁଥିବା ସମୟରେ ତାଙ୍କର କ୍ରିକେଟ ଖେଳ ପ୍ରତି ଥିବା ଆଗ୍ରହକୁ ଚିହ୍ନଟ କରିଥିଲେ ଗୁରୁ ଚନ୍ଦ୍ରଶେଖର ପଟ୍ଟନାୟକ। ପ୍ରଥମେ ଜିଲା ଦୃଷ୍ଟିହୀନ କ୍ରିକେଟ ଟିମ୍‌ ପରେ ରାଜ୍ୟ ଦୃଷ୍ଟିହୀନ କ୍ରିକେଟ ଟିମ୍‌କୁ ସେ ମନୋନୀତ ହୋଇ ଗତ ୬ବର୍ଷ ହେଲା ନିୟମିତ ସଦସ୍ୟ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ସୁଖରାମଙ୍କୁ ନିଜ ଆଦର୍ଶ ବୋଲି ମାନିଥିବା କହନ୍ତି ରଘୁରାମ। ରାଜ୍ୟ ପକ୍ଷରୁ ୩ଟି ଜାତୀୟ ନାଗେଶ ଟ୍ରଫି ପ୍ରତିଯୋଗିତାରେ ଖେଳି ସେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରାଜ୍ୟ ସରକାର ଓ ଜିଲା ପ୍ରଶାସନ କିମ୍ବା କୌଣସି ବେସରକାରୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ କୌଣସି ପ୍ରୋତ୍ସାହନ ମିଳୁ ନ ଥିବା କହନ୍ତି ସେ। କ୍ରିକେଟ୍‌ ଟୁର୍ନାମେଣ୍ଟ ସମୟରେ ଡାକ ଓ ମେଲ୍‌ ଯୋଗେ ଗୋଟେ ଚିଠି ଆସେ। ସେ ଭୁବନେଶ୍ୱର ଯାଆନ୍ତି। ଯାତାୟାତ ଖର୍ଚ୍ଚ ଓ ଖେଳିବା ସମୟର ଖାଦ୍ୟପେୟ ବ୍ୟବସ୍ଥା ରାଜ୍ୟ ଦୃଷ୍ଟିହୀନ କ୍ରିକେଟ ସଂଘ ବହନକରେ। ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ମ୍ୟାଚ ପିଛା ମାତ୍ର ୬ଶହ ଟଙ୍କା ମିଳୁଥିବା କହିଛନ୍ତି ରଘୁରାମ। ଏବେ ସେ ନିଜ ଗାଁ ପୋଡ଼େଇସିଂରେ ବୃଦ୍ଧ ବାପା ସାଧୁ ନାୟକ, ମା’ ପାର୍ବତୀ, ୪ଭାଇ ନରସିଂହ, ରଘୁରାମ, ସୁନ୍ଦରାୟ, ଶୁକଦେବଙ୍କ ସହ ରହୁଛନ୍ତି। ପାରିବାରିକ ସ୍ଥିତି ଦୁର୍ବଳ ଯୋଗୁ ସ୍ନାତକ ପରେ ପାଠପଢ଼ାରେ ଡୋରି ବାନ୍ଧିଛନ୍ତି ଏହି ଖେଳାଳି। ସରକାରଙ୍କ ପକ୍ଷରୁ ତାଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇଦେବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ନିଜ ସଫଳତାର ଶ୍ରେୟ ସେ ଦୃଷ୍ଟିହୀନ କ୍ରିକେଟ ସଂଘ ସମ୍ପାଦକ ମହମ୍ମଦ ଜାଫର ଇକ୍‌ବାଲ ଓ ଜାତୀୟ ସିଏବିଓ୍ବାଇ ସମ୍ପାଦକ ଜହନ ଡେଭିଡ୍‌ଙ୍କୁ ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂରଣ ହେଉନି ଟ୍ୟାପ୍‌ରେ ପାଣି ପାଇବା ସ୍ବପ୍ନ

ଝାରସୁଗୁଡ଼ା,୨୮।୩(ଆଶିଷ ରଞ୍ଜନ ଦାଶ): ପ୍ରତ୍ୟେକ ପରିବାର ନିକଟରେ ୨୦୨୪ ଶେଷ ସୁଦ୍ଧା ଟ୍ୟାପ ଯୋଗେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର ଘୋଷଣା କରିଥିଲେ।...

ଡିଏସ୍‌ସିର ହେଉଛି ଅପବ୍ୟବହାର

ଭବାନୀପାଟଣା,୨୮ା୩(ଉତ୍ତମ କୁମାର ଦାଶ): ଅନୁନ୍ନତ ଅଞ୍ଚଳରେ ଶିକ୍ଷାର ଅଭାବ ଥିବା ଜନପ୍ରତିନିଧି ଓ ଅଙ୍କୁଶ ନ ଥିବା ସରକାରୀ ବ୍ୟବସ୍ଥା ଭିତରେ କୋଟି କୋଟି ଟଙ୍କାର...

ଶିକାରୀ ଗୁଳିରେ ଛେଳି ଚରାଳି ଗୁରୁତର

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ସାନକରଞ୍ଜ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଶିକାରୀ ଗୁଳିରେ ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି।...

୨ ଯାଆଙ୍କ ମଧ୍ୟରେ ଝଗଡ଼ା: ପାଣିରେ ପଡ଼ି ଜଣଙ୍କର ଚାଲିଗଲା ଜୀବନ

ଏମ୍‌ଭି,୭୯, ୨୭ା୯(ଭିକି ବାରିକ): ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ହୋଇ ଠେଲାପେଲା ହେବାରୁ ଦୁହେଁ ଜମିଥିବା ପାଣିରେ ପଡ଼ିଯାଇଥିଲେ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା...

ଶିଳ୍ପ ବିହୀନ କନ୍ଧମାଳରେ ଗ୍ରାଫାଇଟ୍‌ ସନ୍ଧାନ: ଭୂତତ୍ତ୍ୱବିତ୍‌ଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ଜୋରଦାର

ଦାରିଙ୍ଗବାଡ଼ି,୨୮ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଏବଂ କୁମ୍ଭାରିପଦର ଅଞ୍ଚଳରେ ଗ୍ରାଫାଇଟ୍‌ର ସନ୍ଧାନ ମିଳିଛି। ଏହାକୁ ନେଇ ବ୍ରହ୍ମପୁରରୁ ଭୂତତ୍ତ୍ୱବିତ୍‌ ବୈଜ୍ଞାନିକମାନେ...

ହାତୁଡ଼ିରେ ପିଟି ବାପାଙ୍କୁ ହତ୍ୟା କଲେ ପୁଅ

ଫୁଲବାଣୀ/ଫିରିଙ୍ଗିଆ,୨୭ା୩(ରାକେଶ କୁମାର ରାଉତ/ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟଛି। ବାପା ଡକେଣା ଦିଗାଲଙ୍କୁ...

ପୁଅ ମୃତ୍ୟୁ ପଛରେ ବାପାଙ୍କ ହାତ: ସାଂଘାତିକ ଅଭିଯୋଗ ଆଣିଲେ ମା’

ଫୁଲବାଣୀ,୨୭।୩(ରାକେଶ କୁମାର ରାଉତ): ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ସାହିରେ ଜଣେ ନାବାଳକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି। ସେ ହେଲେ ଅଭିଜିତ୍‌...

ବିଜେଡିକୁ ଶକ୍ତ ଧକ୍କା: ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ

ଥୁଆମୂଳ ରାମପୁର,୨୭।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିଜେଡିକୁ ଗୋଟେ ପରେ ଗୋଟେ ଶକ୍ତ ଧକ୍କା ଲାଗିଛି। ବିଗତ ଦିନରେ ଥୁଆମୂଳ ରାମପୁର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image