ଭୁବନେଶ୍ୱର,୧।୧୦: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍ପିସିବି)ର ମିଳିତ ସହଯୋଗରେ ଆସୋସିଏଟେଡ୍ ଚାମ୍ବର ଅ୍ଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଆସୋଚାମ) ଏବଂ ଓଡ଼ିଶା ସରକାର ଇଣ୍ଡଷ୍ଟ୍ରିଆଲ ଡିକାର୍ବୋନାଇଜେଶନ ସମ୍ମିଳନୀ-୨୦୨୨ ନେଟ୍ ଜିରୋ ପାଇଁ ରୋଡ୍ ମ୍ୟାପ୍ ଆୟୋଜନ କରିଥିଲେ। ଉକ୍ତ ସମ୍ମିଳନୀ ସମଗ୍ର ବିଶ୍ୱରେ ଡିକାର୍ବୋନାଇଜେଶନ ଭବିଷ୍ୟତ ପାଇଁ ପରିବର୍ତ୍ତନକୁ ପ୍ରେରଣା ଦେବ ଓ ଶୂନ୍ୟ କାର୍ବନ ପ୍ରତିଶ୍ରୁତିକୁ ପୂରଣ କରିବାରେ ସହାୟକ ହେବ। ଏପରିକି ଇଣ୍ଡଷ୍ଟ୍ରିଆଲ ଡିକାର୍ବୋନାଇଜେଶନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ମଧ୍ୟ ବିଭିନ୍ନ ଘରୋଇ ସଂସ୍ଥା ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲୋଟୋରି ଅଥରିଟିର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ଏବଂ ସତ୍ୟବ୍ରତ ସାହୁ ପ୍ରିନ୍ସିପାଲ ସେକ୍ରେଟାରି (ଇନ୍ ଚାର୍ଜ) ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରମୁଖ ଉପସ୍ଥିତ ରହି ଉକ୍ତ ସମ୍ମିଳନୀରେ ନିଜ ନିଜର ଅଭିଭାଷଣ ସାଙ୍ଗକୁ ଏ ଦିଗରେ ବଳିଷ୍ଠ ପଦକ୍ଷେପ ନେବା ପାଇଁ ଆହ୍ବାନ ଦେଇଥିଲେ। ଏ ସମ୍ପର୍କରେ ଆସୋଚାମ (ପୂର୍ବ ଓ ଉତ୍ତର ପୂର୍ବ) ର ବରିଷ୍ଠ ନିର୍ଦ୍ଦେଶକ ପରମିନ୍ଦରଜିତ କାଉର କହିଛନ୍ତି, ଏହି ଡିକାର୍ବୋନାଇଜେଶନ ସମ୍ମିଳନୀ ଜରିଆରେ ବିଭିନ୍ନ କ୍ଷେତ୍ର ମଧ୍ୟରେ ଜଳବାୟୁ, ଶକ୍ତି ଓ ସ୍ଥିରତା ବୃତ୍ତିଧାରୀଙ୍କ ସହ ନେଟ୍ୱାର୍କିଂ ଓ ଶିକ୍ଷା ପାଇଁ ଆମେ ଏକ ଅନନ୍ୟ ପ୍ଲାଟ୍ଫର୍ମ ପ୍ରଦାନ କରିବାକୁ ଅପେକ୍ଷା କରୁଛୁ।