ଦିନେ ଆକାଉଣ୍ଟରେ ଥିଲା ମାତ୍ର ୧୮ ଟଙ୍କା: ଆଜି କୋଟି କୋଟି ଟଙ୍କାର ମାଲିକ ଏହି ଅଭିନେତା

ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ର ପଞ୍ଚମ ଦିନରେ ୨୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏଥିପାଇଁ ତାଙ୍କୁ ୬ କୋଟି ଟଙ୍କା ଫି’ ମିଳିଛି। ରାଜକୁମାର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ବିପୁଳ ପରିମାଣର ଚାର୍ଜ କରନ୍ତି। ଦିନ ଥିଲା ତାଙ୍କ ଆକାଉଣ୍ଟରେ ମାତ୍ର ୧୮ ଟଙ୍କା ଥିଲା। କିନ୍ତୁ ଆଜି ସେ କୋଟି କୋଟି ଟଙ୍କାର ମାଲିକ।
ରାଜକୁମାର ରାଓ ଆଜିର ସମୟର ସବୁଠାରୁ ସଫଳ ଏବଂ ଶ୍ରେଷ୍ଠ ଅଭିନେତା ଭାବରେ ଗଣାଯାଏ। ରାଜକୁମାର ୩୧ ଅଗଷ୍ଟ ୧୯୮୪ରେ ଗୁରୁଗ୍ରାମରେ ଜନ୍ମଗ୍ରହଣ କରିଥିଲେ।
୩୯ ବର୍ଷୀୟ ରାଜକୁମାର ରାଓଙ୍କର ଆଜି ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ତାଙ୍କର ଉଭୟ ଖ୍ୟାତି ଏବଂ ଧନ ଅଛି । କିନ୍ତୁ ସ୍କୁଲରେ ପଢୁଥିବା ସମୟରେ ତାଙ୍କ ମାତାପିତା ତାଙ୍କ ଫି’ ଦେବାର ସ୍ଥିତିରେ ନ ଥିଲେ, ଦୁଇ ବର୍ଷ ପାଇଁ ଅଭିନେତାଙ୍କ ଫି’ ତାଙ୍କ ଶିକ୍ଷକ ପ୍ରଦାନ କରିଥିଲେ।
ରାଜକୁମାର ମଧ୍ୟ ସେହି ସମୟ ଦେଖିଥିଲେ ଯେତେବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୧୮ ଟଙ୍କା ଥିଲା। ରାଜକୁମାର ରାଓ ଜଣେ ଅଭିନେତା ହେବାର ସ୍ବପ୍ନ ନେଇ ୨୦୦୮ରେ ମୁମ୍ବାଇ ଆସିଥିଲେ। ତେବେ ତାଙ୍କୁ ଟଙ୍କା ଅଭାବ ସହ ସଂଘର୍ଷ କରିବାକୁ ପଡିଲା। ତା’ପରେ ସେ ପାର୍ଲେ ଜି ବିସ୍କୁଟ ଖାଇବା ଏବଂ ଫ୍ରୁଟି ପିଇ ଦିନ କାଟୁଥିଲେ।
ମୁମ୍ବାଇ ଆସିବା ପରେ ଅଭିନେତା ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ପାଇଁ ଅନେକ ଅଡିସନ ଦେଇଥିଲେ। ରାଜକୁମାର ତାଙ୍କର ୨୦୧୦ ଚଳଚ୍ଚିତ୍ର ‘ଲଭ ସେକ୍ସ ଔର ଧୋକା’ପାଇଁ ମାତ୍ର ୧୧,୦୦୦ ଟଙ୍କା ପାଇଥିଲେ।
ଏହା ପରେ ରାଜକୁମାର ୨୦୧୧ ଚଳଚ୍ଚିତ୍ର ‘ରାଗିଣୀ ଏମଏମଏସ’ରେ କାମ କରିଥିଲେ। ଏଥିପାଇଁ ନିର୍ମାତାମାନେ ତାଙ୍କୁ ୧ ଲକ୍ଷ ଟଙ୍କା ଫି’ ପ୍ରଦାନ କରିଥିଲେ।
ଏକଦା ପ୍ରତ୍ୟେକ ପଇସା ଉପରେ ନିର୍ଭରଶୀଳ ରାଜକୁମାର ଆଜି ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ତଥା ଧନୀ ଅଭିନେତା ଅଟନ୍ତି। ଏକ ରିପୋର୍ଟ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୮୧ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରୁମରେ ମହିଳା ବିଚାରପତିଙ୍କୁ ଧମକ

ନୂଆଦିଲ୍ଲୀ, ୨୧।୪:ଦିଲ୍ଲୀର ଏକ ଅଦାଲତର କୋର୍ଟରୁମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ଓକିଲ ସର୍ବ ସମ୍ମୁଖରେ ମହିଳା ବିଚାରପତିଙ୍କୁ ଧମକ ଦେବା...

କିପରି ହୁଏ ନୂଆ ପୋପ୍‌ ନିର୍ବାଚନ: ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ,୨୨।୪: ୧୪୦ କୋଟି କାଥୋଲିକ୍‌ଙ୍କର ଧର୍ମୀୟ ମୁଖ୍ୟ ଥିବା ପୋପ୍‌ ଫ୍ରାନ୍ସିସଙ୍କ ପରଲୋକ ପରେ ଭାଟିକାନ୍‌ ନେତୃତ୍ୱବିହୀନ ହୋଇଛି। ନୂଆ ନେତା ନିର୍ବାଚନ ହେବା ପର୍ଯ୍ୟନ୍ତ...

ପିଅନ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ପିଏଚ୍‌.ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ: ଆମକୁ ପରିଚୟ ଦିଅନ୍ତୁ

ପଟ୍ଟାଙ୍ଗୀ,୨୧।୦୪(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ପୁଣି ଦେଖା ଦେଇଛି ସଙ୍ଗିନୀ ପରିସ୍ଥିତି। ସୂଚନା ମୁତାବକ ଉକ୍ତ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

ପରିବାରକୁ ମିସ୍‌ କରୁଛନ୍ତି ତହଉର: NIA ସ୍ବତନ୍ତ୍ର କୋର୍ଟରେ ଆବେଦନ

ମୁମ୍ବାଇ,୨୧।୪: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହଉର ରାଣା ଭାରତ ଆସିବା ପରେ ତାଙ୍କ ପରିବାରକୁ ମିସ କରିବା ଆରମ୍ଭ କରିଛି। ସେ ତାଙ୍କ ପରିବାର...

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ବାଇକ୍‌ ଦୁର୍ଘଟଣା, ଛାତ୍ରଙ୍କ ମୃତ୍ୟୁ

କୋକସରା,୨୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମରୁ କୋକସରାକୁ ବାଇକ୍‌ରେ ଆସୁଥିବା ବେଳେ କେନାଲ ଛକ ନିକଟରେ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image