Categories: ଖେଳ

ଦିନେ ରାଗରେ ଏମିତି କାମ କରିଦେଇଥିଲେ ରାହୁଲ ଦ୍ରାବିଡ

ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ରାହୁଲ ଦ୍ରାବିଡ ଆଜି ୪୯ ବର୍ଷରେ ପଦାର୍ପଣ କରିଚନ୍ତି। ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୨୪ ହଜାରରୁ ଅଧିକ ରନ ସଂଗ୍ରହ କରିଥିଲେ। ନିକଟରେ ତାଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯାଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ହୋଇଥିବା ରାହୁଲ ଦ୍ରାବିଡ ୧୯୯୬ ମସିହାରେ ଟେଷ୍ଟରେ ଡେବ୍ୟୁ କରିଥିଲେ ଏବଂ କ୍ରିକେଟର ମକ୍କା ନାମରେ ପରିଚିତ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଲମ୍ବା ଫର୍ମାଟରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ। ସେ ତାଙ୍କର ପ୍ରଥମ ଟେଷ୍ଟରେ ଏକ ଶତକ ସ୍କୋର କରିପାରିଥାନ୍ତେ କିନ୍ତୁ ମାତ୍ର ୫ ରନ୍‌ରୁ ବଞ୍ଚିତ ହୋଇଥିଲେ। ୧୯୯୭ ମସିହାରେ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ ଏବଂ ପରେ ୧୪୮ ରନର ଏକ ଭଲ ଇନିଂସ ଖେଳିଥିଲେ। ଦ୍ରାବିଡ ଦ୍ୱିଶତକ ହାସଲ କରିଥିଲେ। ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ଥିଲା ୨୭୦ ରନ ଯାହା ସେ ୨୦୦୪ରେ ରାଉଲପିଣ୍ଡିରେ ପାକିସ୍ତାନ ବିପକ୍ଷରେ କରିଥିଲେ।
ସର୍ବଦା ପଡିଆରେ ଶାନ୍ତ ରହୁଥିବା ଦ୍ରାବିଡ କେବେ ପରାଜୟକୁ ପସନ୍ଦ କରୁ ନ ଥିଲେ। ୨୦୦୬ରେ ଇଂଲଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟ ପରାଜୟପରେ ଅଧିନାୟକ ଥିବା ଦ୍ରାବିଡ ରାଗରେ ଡ୍ରେସିଂ ରୁମ୍‌ରେ ଚେୟାର ଉଠାଇ ଫୋପାଡି ଦେଇଥିଲେ।ଏହା ଦେଖି ସାଥୀ ଖେଳାଳି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

Share