ଡବ୍ଲିନ୍,୧୧।୭: ଆଗକୁ ଆୟୋଜନ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଆୟର୍ଲାଣ୍ଡ ଏକ ୨୧ ଜଣିଆ ବର୍ଦ୍ଧିତ ଦଳ ଘୋଷଣା କରିଛି। ଏ ନେଇ କ୍ରିକେଟ ଆୟର୍ଲାଣ୍ଡ ସୂଚନା ଦେଇଛି। କୋଭିଡ୍-୧୯ ପ୍ରୋଟୋକଲ ଓ ସ୍ବାସ୍ଥ୍ୟଗତ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଏହି ଦଳ ଏକ ସ୍ବତନ୍ତ୍ର ଚାର୍ଟର ଫ୍ଲାଇଟ୍ରେ ଡବ୍ଲିନ୍ରୁ ସାଉଥାମ୍ପଟନ ଯାତ୍ରା କରିବ। ଏହାପରେ ଦଳ ଏକା ଜୈବସୁରକ୍ଷିତ ବସ୍ରେ ଆଗିଆସ ବାଉଲ୍ସ୍ଥିତ ଗ୍ରାଉଣ୍ଡ ମଧ୍ୟରେ ଥିବା ହୋଟେଲକୁ ଯାତ୍ରା କରିବ। ଅଗଷ୍ଟ ୫ ତାରିଖରେ ଦଳ ସାଉଥାମ୍ପଟନ ଯାତ୍ରା ଆରମ୍ଭ କରିବ। ଟ୍ରେନିଂ ସେସନ ଶେଷ କରିବା ପରେ ଦଳ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ। ଶେଷରେ ସିରିଜ ପାଇଁ ଏକ ଅନ୍ତିମ ୧୪ଜଣିଆ ଦଳ ଘୋଷଣା ହେବ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଦିନିକିଆ ଯଥାକ୍ରମେ ଜୁଲାଇ ୩୦, ଅଗଷ୍ଟ୧ ଓ ୩ ତାରିଖରେ ଖେଳାଯିବ।
ଘୋଷିତ ଦଳ: ଆଣ୍ଡ୍ର୍ୟୁ ବାଲ୍ବିରିନି (ଅଧିନାୟକ), ପଲ ଷ୍ଟିର୍ଲିଂ (ଉପ- ଅଧିନାୟକ), ମାର୍କ ଆଡେର, କର୍ଟିସ କାମ୍ପର, ପିଟର ଚେଜ୍, ଜାରେଥ ଡେଲାନୀ, ଜର୍ଜ ଡକ୍ରେଲ, ଜୋନାଥନ ଗାର୍ଥ, ଟିରୋନ କେନ୍, ଜୋଶ ଲିଟିଲ୍, ଆଣ୍ଡ୍ର୍ୟୁ ମ୍ୟାକ୍ବ୍ରାଇନ୍, ବେରୀ ମ୍ୟାକ୍କାର୍ଥତ୍, ଜେମ୍ସ ମ୍ୟାକଲମ, କେଭିନ୍ ଓ’ବ୍ରାଏନ, ଓ୍ବିଲିୟମ ପୋର୍ଟରଫିଲ୍ଡ, ବଏଡ୍ ରାନକିନ୍, ସିମି ସିଂ, ହାରୀ ଟେକ୍ଟର, ଲୋରକାନ ଟକର, ଗ୍ୟାରୀ ଓ୍ବିଲସନ ଓ କ୍ରେଗ୍ ୟଙ୍ଗ୍।