ପୁଣେ,୨୮।୨(ପି.ଟି.): ପୁଣେରେ ଇଂଲଣ୍ଡ ଓ ଭାରତ ମଧ୍ୟ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ତେବେ ସିରିଜର ମ୍ୟାଚ୍ଗୁଡିକ ବିନା ଦର୍ଶକରେ ଖେଳାଯିବ। ମହାରାଷ୍ଟ୍ରରେ କୋଭିଡ୍-୧୯ କେସ୍ରେ ବୃଦ୍ଧି ଘଟିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ କ୍ରିକେଟ ଆସୋସିଏଶନ ଶନିବାର ଘୋଷଣା କରିଛି।
ପୁଣେର ଗାହୁଞ୍ଜେସ୍ଥିତ ମହରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍ସିଏ) ଷ୍ଟାଡିୟମରେ ୩ଟି ଯାକ ମ୍ୟାଚ୍ ୨୩, ୨୬ ଓ ୨୮ ତାରିଖରେ ଖେଳାଯିବ। ତେବେ ଖେଳାଳି ଓ ଅଫିସସିଆଲଙ୍କ ସ୍ବ୍ୟାସ୍ଥଗତ ଦୃଷ୍ଟିକୋଣରୁ ସବୁ ପ୍ରକାର ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସହଯୋଗର ହାତ ବଢାଇଥିବାରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି), ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଏମ୍ସିଏ ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କୁ ରାଜ୍ୟ ଆସୋସିଏଶନ ଧନ୍ୟବାଦ୍ ଜଣାଇଛି।