ବଲିଉଡ୍ ଅଭିନେତା ଅର୍ଶଦ ୱାର୍ସି ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାପିତା ମାତ୍ର ୧୪ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ପରେ ଅର୍ଶଦଙ୍କୁ ଅନେକ ଉତ୍ଥାନ-ପତନ ଦେଇ ଗତି କରିବାକୁ ପଡ଼ିଥିଲା। ଜୀବନ ବିତାଇବା ପାଇଁ, ଅର୍ଶଦ ଦଶମ ପରେ ପଢ଼ା ସାରି ସବୁଧ୍ୟାନ ଟଙ୍କା ରୋଜଗାରରେ ଲଗାଇ ଦେଇଥିଲେ।
ପଢ଼ା ଛାଡିବା ପରେ ଅର୍ଶଦ ଜଣେ କସ୍ମେଟିକ କମ୍ପାନୀରେ ଡେଲିଭରି ବୟ ଭାବରେ କାମ କରିବା ଆରମ୍ଭ କରିଥିଲେ। ସେ ଘରଘର ବୁଲି ଲିପ୍ଷ୍ଟିକ୍ ଓ ନେଲ୍ପଲିସ୍ ବିକ୍ରି କରୁଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା। ଏହି ସମୟରେ, ନୃତ୍ୟ ପ୍ରତି ତାଙ୍କର ଆଗ୍ରହ ବଢ଼ିବାକୁ ଲାଗିଲା। ଏହା ପରେ ସେ ନାଚିବା ଆରମ୍ଭ କଲେ। ନୃତ୍ୟ ପ୍ରତିଭା ତାଙ୍କୁ ଆକବର ସମିଙ୍କ ନୃତ୍ୟ ଦଳରେ ଯୋଗଦେବାରେ ସାହାଯ୍ୟ କଲା। ଏହି ସମୟରେ ସେ ୧୯୮୭ ଫିଲ୍ମ ‘ଠିକାନା’ ଏବଂ ‘କାଶ’ରୁ କୋରିଓଗ୍ରାଫିରେ ସୁଯୋଗ ପାଇଥିଲେ।
କୋରିଓଗ୍ରାଫିରେ ତାଙ୍କର ସଫଳତା ପରେ, ସେ ୧୯୯୬ ଫିଲ୍ମ ‘ତେରେ-ମେରେ ସପ୍ନେ ମେଁ’ରେ ଅଭିନେତା ଭାବରେ କାମ କରିବାର ସୁଯୋଗ ପାଇଲେ। ଅର୍ଶଦଙ୍କ ଭାଗ୍ୟ ମଧ୍ୟ ବଦଳିଗଲା। ଏହି ଫିଲ୍ମ ବକ୍ସ ଅଫିସ୍ରେ ସୁପର ହିଟ୍ ହୋଇଥିଲା। ସବୁଠୁ ବଡ କଥା ହେଉଛି ଜୟା ବଚ୍ଚନ ତାଙ୍କୁ ଏହି ଫିଲ୍ମରେ ଏକ ସୁଯୋଗ ଦେଇଥିଲେ। ଏହାପରେ ସେ କ୍ୟାରିୟରେ ଶୀର୍ଷକୁ ଯାଇଥିଲେ।