Categories: ବାଣିଜ୍ୟ

ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିମୋନୋକୋନିଓସିସ୍‌ ଉପରେ ଏକ ବୃତ୍ତିଗତ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପ୍ଲାଣ୍ଟ ପରିସରରେ ଆୟୋଜିତ ହୋଇଥିଲା। ଏପରିକି ଡିଜିଏମ୍‌ଏସ୍‌ ଭୁବନେଶ୍ୱର ଅଞ୍ଚଳ-୨ ଅଧୀନରେ ଓସିପିଏଲ୍‌ର ମନୋହରପୁର କୋଇଲା ଖଣି ପ୍ରକଳ୍ପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ କର୍ମଚାରୀ ଅଂଶଗ୍ରହଣ କରିଥିଲାବେଳେ ସେମାନଙ୍କ ମଧ୍ୟରୁ ୫୦ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଅବସରରେ ଖଣି ସୁରକ୍ଷା ନିର୍ଦ୍ଦେଶକ ପ୍ରଫୁଲ୍ଲ ରଞ୍ଜନ ଠାକୁର ଏବଂ ଖଣି ସୁରକ୍ଷା ଉପନିର୍ଦ୍ଦେଶକ ଉଲିମେଲା ଶିବଶଙ୍କର, ପ୍ରକଳ୍ପ ମୁଖ୍ୟ ଏଲ୍‌.ଆର୍‌.ସି . ରେଡ୍ଡି, ମାନବ ସମ୍ବଳ ମ୍ୟାନେଜର ବିଜୟ କୁମାର ସାହୁ, ଖଣି ଏଜେଣ୍ଟ ପ୍ରବୀଣ ରଞ୍ଜନ, ଖଣି ମ୍ୟାନେଜର ସୁଧାଂଶୁ ସିହ୍ନା ଓ ଏନ୍‌ଟିପିସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ସେହିଭଳି ଓସିପିଏଲ୍‌ର ମୁଖ୍ୟ ଚିକିତ୍ସା ଅଧିକାରୀ ରାଜେଶ ମାର୍ସେଲ ବାଜଙ୍କ ନେତୃତରେ ଓସିପିଏଲ୍‌ର ଡାକ୍ତରୀ ଦଳ ନିମୋନୋକୋନିଓସିସ୍‌- ଏକ ଧୂଳି ସମ୍ବନ୍ଧୀୟ ଫୁସ୍‌ଫୁସ୍‌ ରୋଗ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏପରିକି ନିମୋନୋକୋନିସିସ୍‌ର କାରଣ, ଲକ୍ଷଣ, ବିଭିନ୍ନ ପର୍ଯ୍ୟାୟ ଚିକିତ୍ସା ଏବଂ ପ୍ରତିରୋଧ ପଦକ୍ଷେପ ଆଦି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଉପସ୍ଥିତ ଲୋକଙ୍କୁ ପ୍ରଶିକ୍ଷିତ କରାଯିବା ସହ ସଚେତନତା ସୃଷ୍ଟି ମଧ୍ୟ କରାଯାଇଥିଲା। ଅପରପକ୍ଷରେ ଖଣି ସୁରକ୍ଷା (ମାଇନ୍ସ ସେପ୍ଟି)ର ନିର୍ଦ୍ଦେଶକ ତଥା ଡେପୁଟି ଡାଇରେକ୍ଟର ନିମୋନୋକୋନିଓସିସ୍‌ ଭଳି ବୃତ୍ତିଗତ ରୋଗକୁ ରୋକିବା ପାଇଁ ଆଇନଗତ ଆବଶ୍ୟକତା ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏପରିକି କର୍ମକ୍ଷେତ୍ରରେ ଧୂଳି ନିୟନ୍ତ୍ରଣ ପଦକ୍ଷେପ ସହ ଖଣିରେ ନିୟମିତ ବାୟୁବାହୀ ଧୂଳି ସର୍ବେକ୍ଷଣ ଓ ସମସ୍ତ ଶ୍ରମିକ ଏବଂ ସୁପରଭାଇଜରଙ୍କ ଧୂଳି ମାସ୍କର ବାରମ୍ବାର ବ୍ୟବହାର ସହ ଖଣି ମାଲିକଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ଆଦି ଉପରେ ଜୋର ଦେଇଥିଲେ।

Share