କଟକ,୨୧।୫: ଓଡ଼ିଶା ଇଣ୍ଡଷ୍ଟ୍ରିଜ୍ ଆସୋସିଏଶନ (ଓଆଇଏ) ପକ୍ଷରୁ ଏକ ଦିନିକିଆ କର୍ମଶାଳା କଟକର ଜଗତପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ରାଜ୍ୟରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ସ୍ଥିତି ସଂକ୍ରାନ୍ତୀୟ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଅପରପକ୍ଷରେ ଓଆଇଏର ସଭାପତି ସୁଶାନ୍ତ କୁମାର ପଣ୍ଡା ଉକ୍ତ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲା ବେଳେ ଓଆଇଏର ଅଧ୍ୟକ୍ଷ ଅବନୀ କାନ୍ନୁଗୋ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ଓଆଇଏର ବରିଷ୍ଠ ସଦସ୍ୟ ରାଜେଶ କାନୁନ୍ଗୋ, ବିନୋଦ ଭୂତ, ଭବାନୀ ପଣ୍ଡିତ, ଦେବେନ ରାୟ, କିଶୋର ମହାନ୍ତି ଏବଂ ମାନସ ପ୍ରମୁଖ ଯୋଗଦେଇ ଇଣ୍ଡଷ୍ଟ୍ରିଜ୍ର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ପ୍ରମୁଖ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଓଆଇଏର ସାଧାରଣ ସମ୍ପାଦକ ଗୌରଗୋପାଳ ସେନ ପ୍ରମୁଖ ସଚିବଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷର ଓଆଇଏର ସଙ୍ଗଠନ ସମ୍ପାଦକ ସଞ୍ଜୟ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କର୍ମଶାଳାରେ ଓଆଇଏର ସମସ୍ତ ସଦସ୍ୟଙ୍କ ସମେତ ୨୦ ଏସ୍ଏଚ୍ଜିର ମୁଖ୍ୟମାନେ ଉପସ୍ଥିତ ଥିଲେ।