Categories: ଜାତୀୟ

ଜାଲିକାଟୁ ପ୍ରତିଯୋଗୀତା ସମୟରେ ଜଣଙ୍କର ମୃତ୍ୟୁ, ୮୦ ଆହତ

ମଦୁରାଇ,୧୫ ।୧: ତାମିଲନାଡୁ ମଦୁରାଇର ଅଭନିୟାପୁରମରେ ଅନୁଷ୍ଠିତ ହୋଇଥିବା ଜାଲିକାଟୁ ପ୍ରତିଯୋଗୀତାରେ ଶୁକ୍ରବାର ଜଣଙ୍କର ମୃତ୍ୟୁ ହେବା ସହ ୮୦ ଆହତ ହୋଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆହତଙ୍କ ମଧ୍ୟରେ ରହିଛନ୍ତି ୩୮ ଷଣ୍ଢ ପାଳକ, ୨୪ ଷଣ୍ଢ ମାଲିକ ଓ ୧୮ ଦର୍ଶକ । ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଜାଲିକାଟୁ ନ ହେବା ପାଇଁ ଅନେକେ ଦାବି କରିଥିବା ବେଳେ ସରକାର କେତେକ କୋଭିଡ ନିୟମ ସର୍ତ୍ତରେ ଏହାକୁ ଚଳିତ ବର୍ଷ ଅନୁମତି ପ୍ରଦାନ କରିଛନ୍ତି । ପ୍ରତିବର୍ଷ ପୋଙ୍ଗଲ ଅବସରରେ ତାମିଲନାଡୁରେ ଜାଲିକାଟୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥାଏ ।

Share