ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ପୋଲିସର ତଦନ୍ତ ଆରମ୍ଭ

ଦେବଗଡ଼,୨୫।୩ (ଡି.ଏନ. ଏ.): ରିଆମାଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ତେବେ ଘରେ ପଶି ଜଣେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗ୍ରାମର ଯୋଗୀନ୍ଦ୍ର ନାଗ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l ତେବେ ଯୋଗୀନ୍ଦ୍ରଙ୍କୁ କିଏ କାହିଁକି ହତ୍ୟା କଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ତେବେ ଶୁକ୍ରବାର ରାତିରେ ପଡୋଶୀ କଖାରୁମାଲ ସାହିରେ ନାମ ଯଜ୍ଞ ଚାଲିଥିବା ବେଳେ ହତ୍ୟାର ସୁରାକ ସେହିଠାରେ ଥିବା ସନ୍ଦେହ କରାଯାଇଛି l ସୂଚନାପାଇ ରିଆମାଳ ଥାନା ଅଧିକାରୀ ଲଳିତା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଢେଙ୍କାନାଳରୁ ସାଇଣ୍ଟିଫିକ ଟିମ୍‌ ପହଞ୍ଚିବା ପରେ ଘଟଣାରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସସୂଚନା ଦେଇଛି l ଯୋଗେନ୍ଦ୍ର ଘରେ ଏକୁଟିଆ ରହନ୍ତି। କିଛି ବର୍ଷ ପୂର୍ବେ ଯୋଗୀନ୍ଦ୍ରଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅବେହୂ ଝାରସୁଗୁଡାରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ, ପ୍ରିୟାଂଶ ସାଜିଲେ ପଞ୍ଜାବ ବିଜୟର ହିରୋ

ମୁଲାନପୁର,୮ା୪: ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

ଜାଣିଛନ୍ତି କି? ଘରେ କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ...

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ; ଯେଉଁ କାମରେ ଯାଉଥିବ ତାହା…

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ...

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ର ସମ୍ପନ୍ନ, ଭକ୍ତଙ୍କ ପିଠିରେ ମାଁ ଆସ୍ଥାନକୁ ବିଜେ କଲେ

ଲାଞ୍ଜିଗଡ,୮/୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମଙ୍ଗଳବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି I ଲାଞ୍ଜିଗଡ...

Swiggyରୁ ଅର୍ଡର କଲେ ମିଳିବ ୫୦୦ ଟଙ୍କା ରିହାତି! ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୮।୪: Swiggy Instamart ରେ ଶପିଂ କରିବା ସମୟରେ ଆପଣ ୫୦୦ ଟଙ୍କାର ରିହାତି ପାଇପାରିବେ। ଶପିଂ କରିବା ସମୟରେ ଆପ୍‌ରେ Maxxsaver ବୈଶିଷ୍ଟ୍ୟ ସ୍ବୟଂଚାଳିତ...

ଗୋଟିଏ ଡାଲାରେ ଆଳୁ-ପିଆଜକୁ ଏକାଠି ରଖୁଛନ୍ତି କି? ହୋଇପାରେ ଅଶୁଭ!

ଆପଣ ନିଜ ରୋଷେଇ ଘରେ ଆଳୁ ଓ ପିଆଜକୁ ଏକାଠି ଗୋଟିଏ ଝୁଡ଼ିରେ ରଖୁଛନ୍ତି କି? ଯଦି ହଁ, ତେବେ ଏହା ଏକ ବଡ଼ ଭୁଲ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଯବାନଙ୍କ ଅନ୍ତିମ ସଂସ୍କାର;ଶ୍ରଦ୍ଧାଞ୍ଜଳି ଦେଲେ ବ୍ଲକ୍‌, ପୋଲିସ ପ୍ରଶାସନ

ଦିଗପହଣ୍ଡି,୮ା୪ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ଆମ୍ବଗାଁର ବି.ସୁରେନ୍ଦ୍ର ରେଡ୍ଡୀଙ୍କ ପୁଅ ପବିତ୍ର ରେଡ୍ଡୀ(୩୪) ପଞ୍ଜାବର ଭତିଣ୍ଡା ସେନା କ୍ୟାମ୍ପସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image