ଘଉଡ଼ାଇବା ବେଳେ କଚାଡ଼ି ଦେଲା ଦନ୍ତା

କେନ୍ଦୁଝର, ୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀ ଆକ୍ରମଣରେ ଶୁକ୍ରବାର ସାହାରପଡ଼ା ବ୍ଲକ ଚୁଟିଆପଶି ପଞ୍ଚାୟତ କଟାବେଡା ଗ୍ରାମର କ୍ଷୀରୋଦ ଚନ୍ଦ୍ର ମହାନ୍ତ(୫୨)ଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଏକ ୨୨ ଟିକିଆ ହାତୀପଲ ସାହାରପଡ଼ା ସେକ୍ସନ ରାଇଡିହା ବିଟ୍‌ ପୁରୁଣାପାଣି ସଂରକ୍ଷିତ ଜଙ୍ଗଲ ନିକଟକୁ ଚାଲିଆସିଥିଲା। ହେଲେ ସନ୍ଧ୍ୟାରେ ନିକଟସ୍ଥ ଗାଁ ଲୋକେ ହାତୀପଲଙ୍କୁ ଘଉଡ଼ାଉ ଥିଲେ। ହେଲେ ହାତୀପଲ ପାଲଟା ଲୋକଙ୍କ ଆଡକୁ ମାଡ଼ି ଆସିଥିଲେ। ଫଳରେ ଲୋକ ଦୌଡି ଆସୁଥିବା ବେଳେ କ୍ଷୀରୋଦ ତଳେ ପଡ଼ି ଯାଇଥିଲେ। ସେତିକିବେଳେ ଏକ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ଉପସ୍ଥିତ ଲୋକେ ତାଙ୍କୁ କୌଶଳ କ୍ରମେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share