ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୪୦କୁ ବୃଦ୍ଧି ପାଇଛି। ତେବେ ମୃତକ ଜଣଙ୍କ ହେଲେ ଯାଜପୁର ଜିଲାର ଜଣେ ୭୫ ବର୍ଷିୟ ମହିଳା।