କାଲିଫର୍ନିଆ ଗୁଳିକାଣ୍ଡ: ଜଣେ ମୃତ ୩ ଆହତ

କାଲିଫର୍ନିଆ,୨୮।୪: ଆମେରିକାର କାଲିଫର୍ନିଆରେ ଥିବା ଇହୁଦି ପ୍ରାର୍ଥନାସ୍ଥଳୀ ଉପରେ କେହି ଅଜ୍ଞାତ ବନ୍ଧୁକଧାରୀ ଗୁଳି କରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଆହତ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଗୁଳିକାଣ୍ଡ ସମୟରେ ସେଠାରେ ଥିବା ୪ ଜଣ ବ୍ୟକ୍ତି ଆହତ ହୋଇଥିଲେ। ପୋଲିସ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ଜଣେ ୬୦ ବର୍ଷୀୟା ଆହତ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

Share