ତମାଖୁ ଯୋଗୁ ପ୍ରତି ୪ ସେକେଣ୍ଡରେ ଜଣଙ୍କର ମୃତ୍ୟୁ

ଜେନେଭା,୩୦।୯: ତମାଖୁ ପ୍ରତି ଚାରି ସେକେଣ୍ଡରେ ଜଣଙ୍କ ଜୀବନ ନେଉଛି। ଅର୍ଥାତ୍‌ ଗୋଟିଏ ବର୍ଷରେ ୮୦ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ତମାଖୁ ଦାୟୀ । ବୟସ୍କମାନଙ୍କ ସହିତ ପିଲାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ବିଶ୍ୱ ସ୍ବସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।

ଧୂମପାନ ହେତୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରେ ୧୩ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ଏହା ହେତୁ ବାହାରୁଥିବା ଧୂଆଁର ଶିକାର ହେଉଛନ୍ତି। ନିଜେ ବ୍ୟବହାର ନ କରି ଏଥିରେ ବାହାରୁଥିବା ଧୂଆଁକୁ ପରୋକ୍ଷରେ ନିଶ୍ୱାସରେ ନେବାକୁ ବାଧ୍ୟ ହୁଅନ୍ତି। ଏଥିମଧ୍ୟରେ ୩୦ ପ୍ରତିଶତ ପିଲା ସାମିଲ। କେର୍ଷ୍ଟିନ ସ୍କାଟୈ କହିଛନ୍ତି ଯେ, ବିଶ୍ୱର ପ୍ରାୟ ଅର୍ଦ୍ଧେକ ପିଲା ତମାଖୁ ଦ୍ୱାରା ବାହାୁଥିବା ପ୍ରଦୂଷିତ ବାୟୁକୁ ନିଶ୍ୱାସରେ ନେଉଛନ୍ତି। ପ୍ରତିବର୍ଷ ପ୍ରାୟ ୫୧ ହଜାର ପିଲା ତମାଖୁ ଧୂଆଁର ଶିକାର ହେତୁ ମୃତ୍ୟୁ ବରଣ କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ଶିଶୁ ଏବଂ ଯୁବକମାନଙ୍କୁ ନିଶା ଠାରୁ ରକ୍ଷା କରିବା ପାଇଁ ବିଦ୍ୟାଳୟରେ ଧୂମପାନ ଏବଂ ବାଷ୍ପ (ଇଲେକ୍ଟ୍ରୋନିକ ସିଗାରେଟ) ଉପରେ ପ୍ରତିବନ୍ଧକ ଲଗାଇବାକୁ ଡବ୍ଲ୍ୟୁଏଚ୍‌ଓ ସରକାରଙ୍କୁ ଅନୁରୋଧ କରିଛି। ବିଦ୍ୟାଳୟଗୁଡିକୁ ତମାଖୁ ଏବଂ ନିକୋଟିନ ମୁକ୍ତ ରଖିବା ଦ୍ୱାରା ଏହା ରୋକିବାରେ ସାହାଯ୍ୟ କରିଥାଏ ।

 

Share