Categories: ଜାତୀୟ

ୟୁପିରେ ଟିକା ନେଇ ଜଣେ ମୃତ

ପିଲ୍‌ଭିଟ୍‌,  ୩୦।୧: ଉତ୍ତରପ୍ରଦେଶର ପିଲ୍‌ଭିଟ୍‌ ଜିଲା ଅନ୍ତର୍ଗତ ଉମାରିଆ ସହରରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଟିକା ନେବାର କିଛି ଘଣ୍ଟାରେ ପ୍ରାଣ ହରାଇଛନ୍ତି। ତେବେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିବା ସିଏମ୍‌ଓ ପକ୍ଷରୁ କୁହାଯାଇଛି। ଉତ୍ତରପ୍ରଦେଶରେ ଟିକା ନେବା ପରେ ପ୍ରାଣ ହରାଇବା ଏହା ଦ୍ୱିତୀୟ ଘଟଣା। ଶିଶୁ କଲ୍ୟାଣ ଓ ପୋଷଣ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରତାପ ରାମ ଗୁରୁବାର ସକାଳେ କୋଭିଡ୍‌ ଟିକା ନେବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ।

Share