ବିଷ ପିଇଦେଲେ ଶାଳୀ, ଭିଣୋଇ

ବେହେରା, ୪ା୭(ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କୋକସରା ଥାନା ପଲସପାଣି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଶାଳୀ ଓ ଭିଣୋଇ ବିଷ ପିଇଥିବା ବେଳେ ଭିଣୋଇଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ପଲସପାଣି ଗ୍ରାମର ତୁଳସିରାମ ନାଏକ ଓ ତାଙ୍କ ଶାଳୀ ଛତିଶଗଡ଼ ଦହିଗାଁର ସୁନିତା ବୋଡକିଆଙ୍କ ମଧ୍ୟରେ ଦୀର୍ଘବର୍ଷ ହେବ ପ୍ରେମସମ୍ପର୍କ ଗଢି ଉଠିଥିଲା। ଉଭୟେ ବିବାହିତ ଥିଲେ ମଧ୍ୟ ଗତ ମଙ୍ଗଳବାର ରାତିରୁ କେଉଁଆଡେ ଚାଲିଯାଇଥିଲେ। ଏ ନେଇ ଉଭୟ ପରିବାର ଲୋକେ ଗୁରୁବାର ଏକ ବୈଠକ କରି ପୁଅ ଝିଅଙ୍କୁ ଡକାଇ ସମାଧାନ ଉଦ୍ୟମ କରିଥିଲେ। କିନ୍ତୁ ଉଭୟ ଶାଳୀ ଓ ଭିଣୋଇ ଆପୋସ କଥାବାର୍ତ୍ତା ହେବା ବାହାନାରେ ସଭାସ୍ଥଳରୁ ଦୂରକୁ ଯାଇ ବିଷ ପିଇ ଦେଇଥିଲେ। ଏହା ଜାଣି ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଭିଣୋଇ ତୁଳସୀରାମଙ୍କୁ ମୃତ ଘୋଷଣା କରିଥିଲେ। ଶାଳୀ ସୁନିତା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ସୂଚନାଯୋଗ୍ୟ ତୁଳସୀରାମ ୬ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଏକ ୩ ବର୍ଷର ଝିଅ ରହିଛି। ଅନ୍ୟପଟେ ସୁନିତା ୭ବର୍ଷ ତଳେ ଧର୍ମଗଡ ବ୍ଲକ ଡୁମେରଗୁଡାରେ ବିବାହ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥାରୂଢ଼ ହେଲେ ତିନିଠାକୁର

ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ...

ରାଜଧାନୀରେ ପ୍ରବଳ ବର୍ଷା, ଭାସିଲା ଗାଡ଼ି

ଭୁବନେଶ଼୍ବର ୭।୭: ରାଜଧାନୀ ଭୁବନେଶ଼୍ବରରେ ପ୍ରବଳ ବର୍ଷା ହୋଇଛି । ଫଳରେ ଇସ୍କନ ମନ୍ଦିର ସାମ୍ନା ରାସ୍ତା ବର୍ଷା ପାଣିରେ ବଡ଼ିଯାଇଛି । ରାସ୍ତାରେ ୫ଫୁଟ୍‌...

ଶାବର ଶ୍ରୀକ୍ଷେତ୍ରରେ ରଥାରୂଢ଼ ହେଲେ ତିନିଠାକୁର

କୋରାପୁଟ,୭ା୭(ଅମିତାଭ ବେହେରା): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ମହାଆଡ଼ମ୍ବର ସହକାରେ ଆରମ୍ଭ ହୋଇଛି। ସକାଳୁ ମହାପ୍ରଭୁଙ୍କ ନେତ୍ର ଉତ୍ସବ ଓ ନବଯୌବନ କରାଯାଇଥିଲା। ପରେ...

ଭୁବନେଶ଼୍ବରରୁ ଜବତ ହେଲା ୪ କେଜି ସୁନା, ବସ୍‌ରେ ଯାଉଥିଲା…

ଭୁବନେଶ଼୍ବର ୭।୭: ରାଜଧାନୀ ଭୁବନେଶ଼୍ବରରୁ ଜବତ ହେଲା ୩ କୋଟି ଟଙ୍କାର ସୁନା । ଚୋରା ଚାଲାଣ ହେଉଥିବା ବେଳେ ଏହି ସୁନାକୁ ଜବତ କରିଛି...

ମୁହଁ ଖୋଲିଲେ ଦାମଙ୍କ ପୁଅ ସମ୍ବିତ, ହାରିବା ନେଇ କହିଲେ ଏହି ବଡ଼ କଥା

ଭୁବନେଶ୍ୱର,୭ା୭: ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ ନିର୍ବାଚନର ମାସକ ପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନବୀନ ହାରିନାହାନ୍ତି, ତାଙ୍କୁ...

ମହାପ୍ରଭୁଙ୍କ ପାଇଁ ୧୦ ବର୍ଷ ହେଲା ହନୁମାନ ସାଜୁଛି, ଛଳଛଳ ଆଖିରେ କହିଲେ ଏଥର କିନ୍ତୁ …

ପୁରୀ,୭।୭: ଆଜି ପବିତ୍ର ରଥଯାତ୍ରା। ଭେରି ତୁରୀ ବାଦ୍ୟ, ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ମହାପ୍ରଭୁଙ୍କୁ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସୁଅଛୁଟଛି। ଅନ୍ୟପକ୍ଷେ ସାଲେପୁର...

ବାର୍‌ ମାଲିକଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୭ା୭: ବାର୍‌ ମାଲିକ ସତ୍ୟ ମହାନ୍ତିଙ୍କୁ ରବିବାର ଲକ୍ଷ୍ମୀସାଗର ପୋଲିସ ଗିରଫ କରିଛି। ‘ରେନ୍‌ ଦ କ୍ଲବ୍‌’ର ମାଲିକ ସତ୍ୟଙ୍କ ନାମରେ ଜଣେ ମହିଳା ସରକାରୀ...

ଧରାପଡ଼ିଲେ ଆନ୍ତଃ ଜିଲା ଲୁଟେରା ଗ୍ୟାଙ୍ଗ, ବିପୁଳ ପରିମାଣର ସୁନା ଅଳଙ୍କାର ଜବତ

ବରଗଡ଼,୭ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଏକ ଆନ୍ତଃ ଜିଲା ଲୁଟେରା ଗ୍ୟାଙ୍ଗକୁ ଧରିଛି। ଏହି ଗ୍ୟାଙ୍ଗର ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri