ପୁଅ ଆଗରେ ବାପାଙ୍କ ଜୀବନ ଗଲା

ଧରାକୋଟ,୨୦ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ଦସମାଇଲ ନିକଟରେ ରବିବାର ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବହାରପୁର ଗ୍ରାମର ନରହରି ମହାରଣା। ନରହରି ତାଙ୍କ ପୁଅ ଦିଲୀପଙ୍କ ସହ ବାଇକ୍‌ରେ ଗ୍ରାମକୁ ଆସୁଥିଲେ। ଦସମାଇଲ ନିକଟରେ ଆସିକାରୁ ସୋରଡା ଯାଉଥିବା ଏକ ଟ୍ରକ ବାଇକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାପା ନରହରିଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଦିଲୀପ ଆହତ ହୋଇଥିଲେ। ଧରାକୋଟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଆସିକା ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।