ଝାଡ଼ାବାନ୍ତିରେ ଜଣେ ମୃତ,୩ ଡାକ୍ତରଖାନାରେ ଭର୍ତ୍ତି

ବିଷମକଟକ,୧୦ା୬(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗ୍ରାମରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ହେଲେ ଗୋପାଳ କାଣ୍ଡାମାକା(୨୮)। ୪ ଜଣଙ୍କ ମଧ୍ୟରୁ ଜଣେ କାଦୁଲୁ କାଣ୍ଡାମାକା ମୁନିଗୁଡ଼ା ସରକାରୀ ମେଡ଼ିକାଲ ଚିକିତ୍ସା ଚାଲିଥିବା ବେଳେ ଆଉ ତିନି ଜଣ ବିଷମକଟକ ଖ୍ରୀଷ୍ଟୀୟାନ ମେଡିକାଲ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ କୁମାରୀ ମାଣ୍ଡିକା,ମିଲନ ମାଣ୍ଡିକା, କବିତା ଶବର ଏହି ତିନି ଜଣ ବିଷମକଟକ ଖ୍ରୀଷ୍ଟୀୟାନ ମେଡିକାଲ ଚିକିତ୍ସିତ ହେଉଛନ୍ତି। କାଲି ଗୋପାଳ କାଣ୍ଡାମାକାକୁ ଝାଡ଼ାବାନ୍ତି ହେବା ପରେ ପରିବାର ଲୋକେ ମୁନିଗୁଡ଼ା ସରକାରୀ ମେଡିକାଲକୁ ନେଇଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାୟଗଡ଼ା ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଗୋପାଳ କାଣ୍ଡାମାକାଙ୍କର ମୃତ୍ୟୁ ହୋଇଛି। ଏହି ସମ୍ପର୍କରେ ଆମେ ବିଷମକଟକ ସରକାରୀ ମେଡିକାଲଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ମେଡିକାଲ ଟିମ୍‌ ପହଞ୍ଚି ନାହାନ୍ତି।

Share