ଭାକ୍ସିନ୍‌ର ଗୋଟିଏ ଡୋଜ୍‌ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ପାଇଁ ପର୍ଯ୍ୟାପ୍ତ !…

ନୂଆଦିଲ୍ଲୀ,୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏ ରିସ୍ଥଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଭାକ୍ସିନ୍‌ର ଗୋଟିଏ ଡୋଜ୍‌ ଶରୀରରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ପ୍ରର୍ଯ୍ୟାପ୍ତ। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କେବଳ ଥରେ ଡୋଜ୍‌ ନେଲେ ଆବଶ୍ୟକ ଆଣ୍ଟିବଡ଼ି ସୃଷ୍ଟି ହୋଇପାରିଥାଏ ବୋଲି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହାକୁ ନେଇ କେତେକ ବିଶେଷଜ୍ଞ ତର୍କ କରିଛନ୍ତି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଗବେଷକ ୨୦ ଜଣ ଲୋକଙ୍କ ଉପରେ ଅଧ୍ୟୟନ କରି ଏହା ଜାଣିପାରିଛନ୍ତି। ଏବେ ଏହାର ରିପୋର୍ଟକୁ ପ୍ରକାଶ କରିବା ଲାଗି ପଠାଯାଇଛି। ଗବେଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଖକୁ ଏହି ରିପୋର୍ଟ ପଠାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କୁ ଗୋଟିଏ ଡୋଜ୍‌ ପ୍ରଦାନ କଲେ ଦେଖାଦେଇଥିବା ଭାକ୍ସିନ୍‌ର ଅଭାବ ପୂରଣ ହୋଇପାରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟକୁ ନେଇ ବୈଜ୍ଞାନିକ ପ୍ରଫେସର ଗରିଧର ବାବୁ ପ୍ରଶ୍ନ ଉଠାଇଛନ୍ତି। ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇରେ ଏଭଳି ରିପୋର୍ଟ ଆଧାରରେ ଟିକାକରଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

Share