ଗୋଟିଏ ପରିବାର ୩ ଜଣଙ୍କୁ ଛୁରାମାଡ଼

ଝାରସୁଗୁଡା ଅଫିସ୍‌,୨୬।୬: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଅଧୀନ ଶାସ୍ତ୍ରୀନଗରରେ ଗୋଟିଏ ପରିବାର ୩ ଜଣଙ୍କୁ ଜଣେ ଯୁବକ ଛୁରା ମାଡ଼ କରିଛନ୍ତି। ଏଥିରେ ବାପା ଶିବରତନ ଗୋଣ୍ଡ, ବଡ ପୁଅ (ବିପିନ) ଓ ସାନ ପୁଅ (ଅମୋଦ) ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ସ୍ଥାନୀୟ ମଣ୍ଡଳିଆ ସ୍ଥିତ ଏମ୍‌ସିଏଲ୍‌ ହସ୍ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅମୋଦଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଭିଏସ୍‌ଏସ୍‌ ହସ୍ପିଟାଲ୍‌କୁ ଶନିବାର ରାତିରେ ସ୍ଥାନାନ୍ତର କରାଯାଇଛି। ଏନେଇ ଓରିଏଣ୍ଟ ଥାନାରେ ଆହତ ବିପିନଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ. ୭୯/୨୧) ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପିଣ୍ଟୁ ଗଣ୍ଡ(୨୬)ଙ୍କୁ ପୋଲିସ୍‌ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଫେରାର୍‌ ଅନ୍ୟ ୩ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଆଇଆଇସି କଲ୍ୟାଣି ବେହେରା କହିଛନ୍ତି।

Share