ନୂଆଦିଲ୍ଲୀ,୫।୧୨:‘ଦାଦା ଆପଣଙ୍କ ବୟସ ହୋଇଯାଇଛି’। ଲୋକସଭାରେ ଶୀତ ଅଧିବେଶନ ଚାଲିଥିବାବେଳେ ଟିଏମସି ଏମପି ସ୍ବାଗତ ରାୟଙ୍କୁ ଏପରି କଡା ଜବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ସୂଚନାଯୋଗ୍ୟ, ଏମପି ସ୍ବାଗତ ସେହି ସମୟରେ ଜମ୍ମୁ କଶ୍ମିରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ବୟାନ ରଖୁଥିଲେ। ସେ କହିଥିଲେ, ଭାଜପା ସରକାର କରିଥିବା ୩୭୦ ଉଚ୍ଛେଦ କଶ୍ମିରବାସୀଙ୍କ ପାଇଁ ଠିକ୍ ନୁହେଁ। ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ଓ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଲକ୍ଷ୍ୟ, ଏକ ନିଶାନ, ଏକ ପ୍ରଧାନ ଓ ଏକ ସମ୍ବିଧାନ ପୂରଣ କରିବା ପାଇଁ କରିଛି।
एक देश में ‘एक निशान, एक विधान, एक प्रधान’ ही चलेगा, दो नहीं चलेंगे।
– श्री @AmitShah जी pic.twitter.com/xaJt2siD8f
— Sambit Patra (@sambitswaraj) December 5, 2023
ତେବେ ଏହାକୁ ନେଇ କଡା ଜବାବ ଦେଇଛନ୍ତି ଅମିତ ଶାହ। ସେ କହିଛନ୍ତି, ଏହା ଆପତ୍ତିଜନକ କି ଦେଶର ଏପରି ପ୍ରଶ୍ନ ପଚରାଯାଉଛି। ଗୋଟିଏ ଦେଶରେ ଦୁଇଟି ପ୍ରଧାନମନ୍ତ୍ରୀ, ଦୁଇ ସମ୍ବିଧାନ ଏବଂ ଦୁଇ ପତାକା କିପରି ହୋଇପାରିବ। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସୁଧାରିଛନ୍ତି।