‘ଓ୍ବାନ୍‌ ଫ୍ରାଇ ଡେ’ ନାଇଟ୍‌’ ଟ୍ରେଲର ରିଲିଜ୍‌

ଅଭିନେତ୍ରୀ ରବିନା ଟଣ୍ଡନ ଦୀର୍ଘ ଦିନ ପରେ ଚମତ୍କାର ଅନ୍ଦାଜ୍‌ରେ ପରଦାକୁ ଫେରିଛନ୍ତି। ଖୁବ ଶୀଘ୍ର ସେ ଫିଲ୍ମ ‘ଓ୍ବାନ୍‌ ଫ୍ରାଇ ଡେ’ ନାଇଟ୍‌’ରେ ନଜର ଆସିବେ। ନିକଟରେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଟ୍ରେଲର୍‌ ସସପେନ୍ସ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ। ଏଥିରେ ରବିନା ଏବଂ ମିଲିନ ସୋମେନଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଅଭିନେତ୍ରୀ ରବିନାଙ୍କ ବ୍ୟତୀତ ମିଲିନ୍ଦ ସୋମନ ଏବଂ ବିଧି ଚିତାଲିଆଙ୍କ ପରି ଅଭିନେତ୍ରୀଅଭିନେତାମାନେ ଫିଲ୍ମରେ ଅଭିନୟ କରିଛନ୍ତି।
ଜ୍ୟୋତି ଦେଶପାଣ୍ଡେଙ୍କ ଦ୍ୱାରା ନିର୍ମିତ ହେଉଥିବାବେଳେ ରବୀନାଙ୍କ ‘ଓ୍ବାନ୍‌ ଫ୍ରାଇ ଡେ’ ନାଇଟ୍‌’ ମନୀଷ ଗୁପ୍ତା ନିର୍ଦ୍ଦେଶନା ଦେଇଛନ୍ତି॥ ଜିଓ ସିନେମା ଏହାର ଅଫିସିଆଲ ଟୁଇଟରରେ ‘ଓ୍ବାନ୍‌ ଫ୍ରାଇ ଡେ’ ନାଇଟ୍‌’ର ଟିଜର ଶେୟାର କରିଛି।
ମିଲିନ୍ଦ ସୋମନଙ୍କୁ ଗତ ବର୍ଷ ରିଲିଜ ହୋଇଥିବା ଆକ୍ସନ-ଥ୍ରୀଲର ‘ଲକ୍ଷ୍ମବାଘା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ତାଙ୍କୁ ପରବର୍ତ୍ତୀ ସମୟରେ କଙ୍ଗନା ରାଣାଓ୍ବତଙ୍କ ରାଜନୈତିକ ଡ୍ରାମା ‘ଏମରଜେନ୍ସି’ ରେ ଦେଖିବାକୁ ମିଳିବ। ସେହିପରି ରବିନା ଟଣ୍ଡନଙ୍କୁ ପ୍ରଶାନ୍ତ ନୀଲଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘କେଜିଏଫ ଚାପ୍ଟର ୨’ରେ ଏକ ସହାୟକ ଭୂମିକାରେ ଦେଖିବାକୁ ମିଳିଥିଲା। ଗତ ବର୍ଷ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ତାଙ୍କୁ ଆଗାମୀ ରୋମାଣ୍ଟିକ କମେଡି ଫିଲ୍ମ ‘ଘୁଡଚଡି’ରେ ସଞ୍ଜୟ ଦତ୍ତଙ୍କ ବିପକ୍ଷରେ ଦେଖିବାକୁ ମିଳିବ।

 

Share