Advertisement

ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲା

ସମ୍ବଲପୁର,୬।୭ (ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ଜଳସ୍ତର ରବିବାର ରାତି ୯ଟା ସୁଦ୍ଧା ୫୯୯.୯୩ ଫୁଟ୍‌ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୭,୬୯୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଡାହାଣ ପାର୍ଶ୍ୱରେ ଗୋଟିଏ ସ୍ଲୁଇସ୍‌ ଗେଟ୍‌, ବିଭିନ୍ନ କେନାଲ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୩୧,୮୧୬ କ୍ୟୁସେକ ଜଳ ନିଷ୍କାସନ ହେଉଛି। ତେବେ ମିଳିଥିବା ରିପୋର୍ଟ ଅନୁସାରେ, ବେଲଗାଁରେ ୧୬,୫୦୦, ପଥର୍ଲାରେ ୫୭,୨୪୭, ଖଇରମାଳରେ ୧,୮୨୦୦୦, ବରମୁଲାରେ ୭୧,୦୦୦, ମୁଣ୍ଡଳିିରେ ୬୭,୦୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share