ନାମାଙ୍କନ ନ ହେଉଣୁ ବଢ଼ିଲାଣି ନିର୍ବାଚନୀ ତାତି, ଗୋଟିଏ ଦଳକୁ ଟାର୍ଗେଟ କରୁଛି ଆଉ ଏକ ଦଳ

ବରଗଡ଼,୧୩ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ଣତା ସେତିକି ବଢ଼ିବାରେ ଲାଗିଛି। ବରଗଡ଼ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ । ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ଭାଜପାର ମିଶ୍ରଣ ପର୍ବରେ ଦଳର ଜିଲା ସଭାପତି ତଥା ବରଗଡ଼ ବିଧାନସଭା ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀ ଉଦ୍‌ବୋଧନ ଦେବାକୁ ଯାଇ ସିଧାସଳଖ କାହାରି ନାମ ନେଇ ନ ଥିଲେ ହେଁ ଆଚାର୍ଯ୍ୟ ପରିବାରକୁ ଟାର୍ଗେଟ୍‌ କରିଛନ୍ତି।

ସେ କହିଥିଲେ, ବରଗଡ଼ରୁ ଯେତେଦିନ ପର୍ଯ୍ୟନ୍ତ ଆଚାର୍ଯ୍ୟ ପରିବାରକୁ ବିଦା କରାଯାଇ ନାହିଁ, ସେତେଦିନ ପର୍ଯ୍ୟନ୍ତ ବରଗଡ଼ର ବିକାଶ ସାଧିତ ହେବ ନାହିଁ। ଆଚାର୍ଯ୍ୟ ପରିବାର ମିଲ୍‌, ଫ୍ୟାକ୍ଟ୍ରି ବିକ୍ରି କରିଦେଇ ବାଲି ମାଫିଆ, ଜମି ମାଫିଆଙ୍କ ସହିତ ବେପାର କରୁଥିବା ବେଳେ ଅଞ୍ଚଳର ଯୁବକ, ବୃଦ୍ଧ, ମହିଳାଙ୍କ ଭାବନା ସହିତ ଖେଳୁଛନ୍ତି। ଏହାର ପ୍ରତିଶୋଧ ନେବା ପାଇଁ ଉଚିତ୍‌ ସମୟ ଆସିଛି ବୋଲି ଷଡ଼ଙ୍ଗୀ କହିଥିଲେ।

ସେହିପରି ଭାଜପା ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ପରିବାରବାଦ୍‌ ଅଭିଯୋଗ ନେଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କଡ଼ା ଜବାବ୍‌ ଦେଇଛନ୍ତି। ତାଙ୍କୁ ପଚାରିବାରୁ ଆଚାର୍ଯ୍ୟ କହିଛନ୍ତି, ବରଗଡ଼ ନିର୍ବାଚନ ମଣ୍ଡଳୀରେ ତାଙ୍କ କାକା ପ୍ରସନ୍ନ ଆଚାର୍ଯ୍ୟ, ବାପା ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟ ବିଧାୟକ ନିର୍ବାଚିତ ହୋଇସାରି ଥିବାବେଳେ ଏବେ ସେ ପାଖାପାଖି ୧୦ବର୍ଷ ହେବ, ଏଠାରେ ବିଧାୟକ ରହିଛନ୍ତି। ଏହା ସହିତ ଚଳିତ ନିର୍ବାଚନରେ ମଧ୍ୟ ସେ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଦେବେଶ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ସଂସଦର ଶେଷ ଅଧିବେଶନରେ ପରିବାରବାଦ୍‌ର ସଂଜ୍ଞା ଭଲଭାବେ ବୁଝାଇ ସାରିଛନ୍ତି। ଫଳରେ ଯେଉଁମାନେ ପରିବାରବାଦ୍‌ କଥା ଉଠାଉଛନ୍ତି, ସେମାନେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଲେ ତା’ର ଉତ୍ତର ଠିକ୍‌ ଭାବେ ପାଇପାରିବେ ବୋଲି ସେ କହିଛନ୍ତି। ସେହିପରି ସେ ଦଳ ପାଇଁ ପୋଷ୍ଟର ଲଗାଇବାଠାରୁ କାମ ଆରମ୍ଭ କରି ବିଧାୟକ ନିର୍ବାଚିତ ହୋଇଛନ୍ତି। ଯଦି କେହି ତାଙ୍କ ବିରୋଧରେ ଟଙ୍କାଟିଏ ଦୁର୍ନୀତି ଅଭିଯୋଗର ପ୍ରମାଣ କରିଦେବେ, ସେ ରାଜନୀତିରୁ ସବୁଦିନ ପାଇଁ ସନ୍ନ୍ୟାସ ନେଇଯିବେ ବୋଲି ଦେବେଶ କହିଥିଲେ। ଏହା ସହିତ ବରଗଡ଼ର ବିକାଶ ବିରୋଧୀଙ୍କୁ କେବେ ଦେଖାଯିବ ନାହିଁ, ବରଗଡ଼ବାସୀ ଏହାର ଉତ୍ତର ଠିକ୍‌ ରଖିବେ ଏବଂ ଆଗାମୀ ନିର୍ବାଚନରେ ପୁଣି ତାଙ୍କୁ ଆଶୀର୍ବାଦ କରି ସେବା କରିବାର ସୁଯୋଗ ଦେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ବଦଳାଇଲେ ନିୟମ, ଆଉ ହେବନି UPI ଟ୍ରାଞ୍ଜାକ୍ସନ!

ନୂଆଦିଲ୍ଲୀ,୧୧।୪: ଯଦି ଆପଣ UPI ମାଧ୍ୟମରେ ପେମେଣ୍ଟ କିମ୍ବା କାରବାର କରୁଛନ୍ତି କିମ୍ବା ବିଦେଶ ଭ୍ରମଣ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ...

ଆୟୁଷ୍ମାନ୍‌ ଭାରତ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ଥୁଆମୂଳ ରାମପୁର,୧୧ା୪ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଅଡ୍ରି ଗ୍ରାମସ୍ଥିତ ଆୟୁଷ୍ମାନ୍‌ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଆୟୁଷ୍ମାନ୍‌ ଭାରତ...

Chilika Lake: ରାତି ଅଧରେ ଚିଲିକା ମଝିରୁ ଶୁଭେ ମୃଦୁ ଗୀତ ଆଉ ଅଜଣା ସ୍ବର! ହଠାତ ଦେଖାଯାଏ ଛାୟା…

ଭୁବନେଶ୍ୱର,୧୧।୪: ଚିଲିକା ହ୍ରଦ, ଓଡ଼ିଶାର ସବୁଠାରୁ ବଡ଼ ଖାରିଆ ପାଣିର ହ୍ରଦ। ଏହା କେବଳ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୀବବୈଚିତ୍ର୍ୟ ପାଇଁ ନୁହେଁ, ବରଂ...

ଆୟୁଷ୍ମାନ୍‌ ଭାରତ ଯୋଜନା ଶୁଭାରମ୍ଭ

କର୍ଲାମୁଣ୍ଡା,୧୧ା୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ୍‌ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ...

ରକ୍ତ ଭଣ୍ଡାରରେ ରକ୍ତର ଅଭାବ: ଜନ୍ମ ଦିନରେ ମହାନତା ଦେଖାଇଲେ ସରପଞ୍ଚ ପ୍ରତିନିଧି

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ବିଶିଷ୍ଟ ସାମାଜିକକର୍ମୀ ଚିତ୍ରସେନ ଗୌଡ଼ଙ୍କ ୩୯ ତମ...

ଏଏଫ୍‌ସି ଏସିଆନ କପ୍‌ ୨୦୩୧ ଲାଗି ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଲୀ, ୧୧ା୪: ଭାରତ ୨୦୩୧ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରି ଏହାର ବିଡ୍‌ ‘ ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ...

୮ ପଦକ ସହ ଦ୍ୱିତୀୟ ସ୍ଥାନରେ ଭାରତ

ବୁଏନ୍ସ ଏରିଜ, ୧୧ା୪: ରାଇଫଲ ପିସ୍ତଲ ଓ ଶଟ୍‌ଗନ୍‌ ଶୁଟରମାନଙ୍କ ଲାଗି ବର୍ଷର ପ୍ରଥମ ଆଇଏସ୍‌ଏସ୍‌ଏଫ୍‌ ଓ୍ବାଲର୍‌ଡ କପ୍‌ ଯୁବ ଟ୍ରାପ୍‌ ମିକ୍ସଡ ଟିମ୍‌ ଯୋଡ଼ି...

ଯୁବ ଲେଖକ ସମ୍ମିଳନୀରେ ମତପ୍ରକାଶ: ଯୁବପିଢିଙ୍କ ଲେଖନୀ ମୁନରେ ସମୃଦ୍ଧ ହେବ ଓଡ଼ିଆ ଭାଷା ସାହିତ୍ୟ

ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ): ଭଲ କାହାଣୀ, ଭଲ ନାଟକ ଏବଂ ଭଲ କବିତା ଦ୍ଵାରା ଓଡ଼ିଆ ଭାଷା ତିଷ୍ଠି ରହିପାରିବ । ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image