କେନ୍ଦୁଝର,୪।୪(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ବିଟ ବିଞ୍ଜ ବାହାଳ ଗ୍ରାମରେ ବନବିଭାଗ ଚଢାଉ କରି ଜଣଙ୍କୁ ଗିରଫ କରିବା ସହିତ ୨୫କେଜି ବାର୍ହା ମାଂସ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ମଦନ ସାହୁ (୫୧)। ସୂଚନାନୁଯାୟୀ, କେତେଜଣ ଶିକାରୀ ରାତିରେ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ଶିକାର କରି ତାର ମାଂସକୁ ବିକ୍ରୀ କରିବାକୁ ଯୋଜନା ଆରମ୍ଭ କରିଥିଲେ। ଘଟଣା ସମ୍ପର୍କରେ ତେଲକୋଇ ବନାଞ୍ଚଳ ଅଧିକାରୀ ଶିବାଜୀ ମୋହନ ରାଓ ଖବର ପାଇବା ପରେ ଏକ ସ୍ବତନ୍ତ୍ର ଟିମ ଗଠନ କରି ଚଢ଼ାଉ କରିଥିଲେ। ଅଭିଯୁକ୍ତ ମଦନଙ୍କୁ ଗିରଫ କରିବା ସହିତ ବାର୍ହା ମାଂସ ଓ ବ୍ୟାପକ ଶିକାର ସାମଗ୍ରୀ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଆଉ ତିନିଚାରି ଜଣ ଶିକାରି ଫେରାର ହୋଇଯାଇଥିବା ବନପାଳ ପ୍ରକାଶ କରିଛନ୍ତ। ଘଟଣାକୁ ନେଇ ତେଲକୋଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।