ପ୍ରତି ୧୬ ଜଣରେ ଜଣେ କରୋନା ପଜିଟିଭ୍‌…

ଲଣ୍ଡନ, ୯।୪ : ବ୍ରିଟେନ୍‌ରେ କରୋନା ସଂକ୍ରମଣ ରେକର୍ଡସ୍ତରରେ ପହଞ୍ଚିଛି। ଏଠାରେ ପ୍ରତି ୧୬ ଜଣରେ ଜଣେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଦେଶରେ କରୋନା ସଂକ୍ରମଣ ହାର ୬.୩୭ ପ୍ରତିଶତ ରହିଛି। ସଂକ୍ରମଣ ହାର ଫେବୃୟାରୀ ମାସ ତୁଳନାରେ ୨ ଗୁଣାରେ ପହଞ୍ଚିଛି।

ଫେବୃୟାରୀରେ ପ୍ରତି ୩୫ ଜଣରେ ଜଣେ ଆକ୍ରାନ୍ତ ରହିଥିବାବେଳେ ସାମ୍ପ୍ରତିକ ସ୍ଥିତି ଏଡାଠରୁ ଯଥେଷ୍ଟ ଅଧିକ ରହିଛି। ଷ୍ଟିଲଥ୍‌ ଭାରିଆଣ୍ଟ ଉପରେ ହୋଇଥିବା ଏହି ସର୍ଭେ ମାର୍ଚ୍ଚ ୮ରୁ ୩୧ ମଧ୍ୟରେ କରାଯାଇଥିଲା। ସର୍ଭେରେ ଲକ୍ଷେ ୧୦ ହଜାର ଲୋକଙ୍କ ନମୁନା ସଂଗ୍ରହ କରାଯାଇଥିବା ସାର୍ବଜନୀକ ସ୍ବାସ୍ଥ୍ୟ ବିଭାଗର ପ୍ରଫେସର ପୋଲ୍‌ ଏଲିୟଟ୍‌ କହିଛନ୍ତି। ସେ କହିଛନ୍ତି ଏହା ଅତ୍ୟନ୍ତ ଚିନ୍ତା ଜନକ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କରୋନା ମାର୍ଗ ଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସ୍ବାସ୍ଥ୍ୟ ବିଭାଗ କହିଛି।

Share