ପାଟଣା,୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ବିଟ୍ ମାଧପୁର ଗ୍ରାମ ନାଏକ ସାହିର ଜଣେ ବ୍ୟକ୍ତି ରବିବାର ବାରହା ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଉପେନ୍ଦ୍ର ନାଏକ(୫୫)। ଗୁରୁତର ଅବସ୍ତାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉପେନ୍ଦ୍ର ସକାଳୁ ବିଲକୁ ଯାଇଥିବା ବେଳେ ନିକଟ ଜଙ୍ଗଲରୁ ଏକ ବାର୍ହା ଆସି ତାଙ୍କୁ ଆକ୍ରମଣ କରିଥିଲା। ଏଥିରେ ତାଙ୍କ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଛି।