ଗୋଟିଏ ଇଆଡ଼େ, ଆଉ ଗୋଟେ ସିଆଡ଼େ

ସମ୍ବଲପୁର/ରେଙ୍ଗାଲିରୁ,୨୧ା୫ (ଅନିଲ ଦାସ):ରାଜ୍ୟରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସମ୍ବଲପୁର ସମେତ ୫ ଲୋକ ସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ଜୋରଦାର ଚଳାଇଛନ୍ତି। ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେଉଛି। ପ୍ରାର୍ଥୀମାନେ ଗଁା ଗଁା, ଘର ଘର ବୁଲି ରାଲି, ଶୋଭାଯାତ୍ରା ଓ ସଭାସମିତି ଜରିଆରେ ଭୋଟ ଭିକ୍ଷା କରୁଛନ୍ତି। ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଦିନରାତି ଉଦ୍ୟମ ଚଳାଇଛନ୍ତି। ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେଉଛି। ଭୋଟରମାନେ ପ୍ରାର୍ଥୀଙ୍କ ସମ୍ମୁଖରେ ବିସ୍ଥାପିତ ସମସ୍ୟାଠାରୁ ଆରମ୍ଭ କରି ବେକାରି, ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ବିଭିନ୍ନ ସମସ୍ୟା ରଖୁଛନ୍ତି।
ନିର୍ବାଚନ ହେଲେ ପ୍ରାର୍ଥୀମାନେ ଗଁାକୁ ଆସି ଭୋଟଭିକ୍ଷା କରୁଛନ୍ତି। ଗରିବ ଲୋକଙ୍କ ସମସ୍ୟା ଯେମିତିକୁ ସେମିତି ଅଛି। ଏବେ ଭୋଟ ଦେବାକୁ ପଡ଼ିବ। ଯେଉଁ ପ୍ରାର୍ଥୀ ଆମକୁ ଭଲ ଲାଗିବେ ଆମେ ତାଙ୍କୁ ଭୋଟ ଦେବୁ। ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନ ରେଙ୍ଗାଲି ବିଧାନସଭା କ୍ଷେତ୍ର ଗୋଶାଲାର ଭୋଟର ରାଜେଶ୍ୱରୀ ନାୟକ କହିଛନ୍ତି, କିଏ ପ୍ରାର୍ଥୀ ଆମେ ଜାଣିନୁ। ୨ଟା ଚିହ୍ନ ରହିଛି। ସେଥିରୁ ଦେଖି ଗୋଟିଏ ଇଆଡ଼େ ଆଉ ଗୋଟିଏ ସିଆଡ଼େ ଦେବୁ।
ସେହିପରି ପ୍ରଫୁଲ୍ଲ ଭୋଇ କହିଛନ୍ତି, ଆମେ ଗରିବ ଲୋକ, ଖଟିଲେ ଚଳିବୁ। ରାଜନୀତି କ’ଣ ଆମେ ଜାଣିନୁ। ଭୋଟ ଦେବାକୁ କହୁଛନ୍ତି, ଯାହାକୁ ଗୋଟେ ଦେଇଦେବୁ। ଭୋଟରଙ୍କଠାରୁ ଏଭଳି ମତାମତ ଶୁଣିବା ପରେ ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନ ବିଭିନ୍ନ ବିଧାନସଭା ଆସନରେ ଭାଜପା ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଜୋର୍‌ଦାର ମୁକାବିଲା ହେଉଥିବା ସ୍ପଷ୍ଟ ହେଉଛି।
ରେଙ୍ଗାଲି ନିର୍ବାଚନମଣ୍ଡଳୀ ଅଧୀନ ଗୋଶାଲାଠାରେ ଧର୍ମେନ୍ଦ୍ର ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ନାଉରି ନାୟକ ଏକ ଜନ ସଭା କରିବା ସହ ବିରାଟ ରାଲିରେ ନିର୍ବାଚନମଣ୍ଡଳୀ ବୁଲୁଥିବା ଦେଖିବାକୁ ମିଳିଛି। ନିର୍ବାଚନୀ ସଭାରେ ଧର୍ମେନ୍ଦ୍ର ଭୋଟରଙ୍କୁ ନିବେଦନ କରିଛନ୍ତି, ଆସନ୍ତା ୨୫ ତାରିଖ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ ଓ ରେଙ୍ଗାଲିରେ ଭାଜପା ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପଦ୍ମଫୁଲରେ ୨ଥର ଭୋଟ ଦେବାକୁ ସେ କହିଛନ୍ତି।
ସେହିପରି ସ୍ଥାନୀୟ ବିଧାୟକ ପ୍ରାର୍ଥୀ ନାଉରି କହିଛନ୍ତି, ଏଠାରେ ବିରୋଧୀ ଦଳ ବିଧାୟକ ହୋଇଥିବାରୁ ରାଜ୍ୟ ସରକାର ଆମକୁ ସାବତ ପୁଅ ଭଳି ଦେଖୁଛନ୍ତି। ଆବଶ୍ୟକ ପାଣ୍ଠି ଯୋଗାଇ ଦେବାରେ ପାତରଅନ୍ତର କରାଯାଉଛି। ୫ ବର୍ଷରେ କେନ୍ଦ୍ର ସରକାରଙ୍କ ସହଯୋଗରେ ନିର୍ବାଚନମଣ୍ଡଳୀର ଅନେକ ବିକାଶ ହୋଇଛି। ବିଜେଡି ୨୫ ବର୍ଷ ଧରି ଲୋକଙ୍କୁ ଭୁଅଁାବୁଲାଉଛି। ଏଠାରେ ଅମଲାତନ୍ତ୍ରୀମାନେ ଶାସନ ଗାଦିକୁ ମାଡ଼ି ବସିଛନ୍ତି। ଲୋକେ ବୁଝିଗଲେଣି, ଏଥର ଡବଲ ଇଞ୍ଜିନ ସରକାର ଗଠନ ହେବ। ମୋଦିଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ଦ୍ରୁତଗତିରେ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri