କ୍ରିମିଆରେ ବଡ ଧରଣର ବିସ୍ଫୋରଣ, ଦୋହଲିଗଲା ରୁଷିଆ ଏୟାର ବେସ

କ୍ୱିଭ,୧୦ ।୮: କ୍ରିମିଆରେ ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୯ରେ ଏକ ରୁଷିଆ ଏୟାର ବେସରେ କିଛି ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ଜଣାପଡିଛି । ରୁଷିଆ ଦ୍ୱାରା ନିଯୁକ୍ତ କ୍ଷେତ୍ରୀୟ ପ୍ରଶାସନର ମୁଖ୍ୟ କହିଛନ୍ତି ଏକ ମିଲିଟାରୀ ବେସରେ ହୋଇଥିବା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ସଗୋଇ ଅକ୍ସୟୋନୋବ ସୋସିଆଲ ମିଡିଆରେ ଲେଖିଛନ୍ତି, ବିସ୍ଫୋରଣ ପ୍ରାୟଦ୍ୱିପର ପଶ୍ଚିମ ଉପକୂଳରେ ନୋଭୋଫେଡୋରିଭକା ନିକଟ ସାକି ଏୟାର ବେସରେ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହାଉଥିବା ବିସ୍ଫୋରଣ ଫୁଟେଜରେ ଏକରୁ ଅଧିକ ବିସ୍ଫୋରଣ ହେଉଥିବା ଦେଖାଯାଉଛି ।
ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ସାକି ଏହାର ବେସରେ ଗୋଳା-ବାରୁଦ ବିସ୍ଫୋରଣ ହୋଇଛି । ମନ୍ତ୍ରଣାଳୟ ଦାବି କରିଛି କି ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଇନାହିଁ । ହେଲେ ୟୁକ୍ରେନରେ ସୋସିଆଲ ମିଡିଆ ନେଟୱର୍କରେ ଏମିତି ଅନୁମାନ ଲଗାଯାଉଛି କି ୟୁକ୍ରେନ୍ ଦ୍ୱାରା ହୋଇଥିବା ମିଶାଇଲ ଆକ୍ରମଣ ଯୋଗୁ ବିସ୍ଫୋରଣ ହୋଇଛି । ଯଦି ୟୁକ୍ରେନ୍ ଦ୍ୱାରା ଏହି ବିସ୍ଫୋରଣ କରାଯାଇଥାଏ, ତେବେ ଏହା କ୍ରିମିଆ ଦ୍ୱିପରେ କୌଣସି ରୁଷିଆ ଏୟାର ବେସରେ ପ୍ରଥମ ବଡ ଧରଣର ଆକ୍ରମଣ ।

Share