ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ପାଟଣା,୧୪ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ କୋଲକାତା ଜାତୀୟ ରାଜପଥର ଡାବରଚୁଆ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ସଦର ଥାନା ବେଲଦା ଗ୍ରାମର ନବୀନ କୁମାର ସିଂ(୨୬) ଏବଂ ଗୁରୁତର ଯୁବକ ହେଇଛନ୍ତି ତୁଷାର ପାତ୍ର। ଉଭୟ ବାଇକ ଯୋଗେ ଖିରେଇଟାଙ୍ଗିରୀରୁ ଘରକୁ ଯାଉଥିବା ସମୟରେ ଡାବରଚୁଆ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଉଭୟ ୁ ଗୁରୁତର ଅବସ୍ଥାରେ ଏନଏଚ ଆଇ ଆମ୍ବୁଲାନ୍ସ ସହାୟତାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନବୀନଙ୍କ ମୃତ୍ୟୁ ଘଟିଥିବା ବେଳେ ତୁଷାର ଚିକିତ୍ସିତ ହେଉଛନ୍ତି। ତୁରୁମୁଙ୍ଗା ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Share