ହାତୀ ଆକ୍ରମଣରେ ଜଣେ ମୃତ

ଦେବଗଡ,୨୪।୧୧(ଡି.ଏନ୍‌.ଏ.): ଦେବଗଡ ଥାନା କାଳକାଠ ଗ୍ରାମ କିସାନ ସାହିର ୬୦ ବର୍ଷିୟ ଚେରୁ କିସାନଙ୍କୁ ଦଳି ଦେଲା ଦନ୍ତା ହାତୀ। ମଙ୍ଗଳବାର ବିଳମ୍ବିତ ରାତି ୩ଟା ସମୟରେ ବାଡ ଭାଙ୍ଗି ଚେରୁଙ୍କ ଘର ଭିତରକୁ ହାତୀ ପଶିବାକୁ ଉଦ୍ୟମ କରୁଥିଲା। ଏଥିରେ ଭୟଭୀତ ହୋଇ ଚେରୁ ଘର ଭିତରୁ ଦୌଡି ବାହାରକୁ ଯାଉଥିବା ବେଳେ ଦନ୍ତା ହାତୀଟି ତାଙ୍କୁ କଚାଡି ମାରିଦେଇଛି। ଘଟଣାସ୍ଥଳରେ ଦେବଗଡ ରେଞ୍ଜର ଦେବଦତ୍ତ ନନ୍ଦ ଓ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।