କୋଟିଏ ଟଙ୍କାରୁ ଗୋଟିଏ ଜୀବନ ମୂଲ୍ୟବାନ: ସୋନୁ ସୁଦ

ମୁମ୍ବାଇ: ଅଭିନେତା ସୋନୁ ସୁଦ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ଟୁଇଟରରେ ସୋନୁ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ଯେଉଁ ଲୋକ ଅସୁବିଧାରେ ପଡ଼ି ତାଙ୍କ ସହାୟତା ମାଗୁଛନ୍ତି ସେ ସଙ୍ଗେ ସଙ୍ଗେ ସେମାନଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ଏଥିପାଇଁ ସୋନୁଙ୍କୁ ଲୋକେ ଭଗବାନ ମନେ କରୁଛନ୍ତି। ଏବେ ସୋନୁ ଏମିତି ଏକ କଥା କହିଛନ୍ତି, ଯାହାକୁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି। ତାଙ୍କର ଏହି ଟୁଇଟ୍‌ ଏବେ ବେଶ୍‌ ଭାଇରାଲ ହେଉଛି।

ସେ ତାଙ୍କ ଟୁଇଟର ପେଜ୍‌ରେ କହିଛନ୍ତି, ‘ବିଳମ୍ବିତ ରାତିରେ ମୋ’ ପାଖକୁ ସହାୟତା ପାଇଁ କଲ୍‌ ଆସୁଛି। କରୋନା ରୋଗୀ ବିଛଣାରେ ପଡ଼ି ମୋତେ ଅକ୍ସିଜେନ୍‌ ପାଇଁ ଅନୁରୋଧ କରୁଛନ୍ତି। ସେତେବେଳେ ମୋତେ ବହୁତ ଖୁସି ଲାଗେ। କାରଣ ଫିଲ୍ମରୁ ୧୦୦ କୋଟି ଟଙ୍କା ମିଳିଲେ ବି ସେତିକି ଖୁସି ମିଳେ ନାହିଁ। ଯେତିକି ଗୋଟିଏ ଅକ୍ସିଜେନ ଦେବାରୁ ମିଳୁଛି। ସୋନୁଙ୍କ ଏହି ଟୁଇଟ୍‌ ଏବେ ଖୁବ୍‌ ଭାଇରାଲ ହେଉଛି।

Share