Categories: ଫୁରସତ

ଦୁର୍ଘଟଣା ପରେ ଜଣାପଡିଲା ଜଣେ ଯୁବକଙ୍କର ୧୭ ପ୍ରେମିକା

ଆଜିକାଲି ପ୍ରେମ କରିବା ଏକ ସାଧାରଣ ଘଟଣା। ହେଲେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୭ ଜଣ ପ୍ରେମିକାଙ୍କୁ ଏକାସଙ୍ଗେ ପ୍ରେମ କରି ଫସିଛନ୍ତି ଜଣେ ଯୁବକ। ଚାଇନାର ହୁନାନ ଅଞ୍ଚଳରେ ରହୁଥିବା ୟୁଆନ ନାମକ ଜଣେ ଯୁବକ ହଠାତ୍‌ ଦିନେ ଦୁର୍ଘଟଣାର ଶିକାର ହେଲେ। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ଏହି ଖବର ପାଇବା ପରେ ତାଙ୍କର ପ୍ରେମିକାଙ୍କ ସୁଅ ଛୁଟିଲା ହସ୍ପିଟାଲକୁ। ତେବେ ପ୍ରେମିକାମାନେ ପରସ୍ପରକୁ ଚିହ୍ନି ନ ଥିବା ବେଳେ ହସ୍ପିଟାଲରେ ହିଁ ସେମାନେ ଜାଣିଥିଲେ କି ସମସ୍ତେ ହେଉଛନ୍ତି ସେହି ଜଣେ ଯୁବକଙ୍କ ପ୍ରେମିକ। ଏମାନଙ୍କ ମଧ୍ୟରୁ ଜଣେ ୟୁଆନଙ୍କ ପିଲାର ମା’ ମଧ୍ୟ ହୋଇ ସାରିଥିଲେ। ସବୁଠାରୁ ମଜାଦାର କଥା ହେଲା ଏମାନେ ସମସ୍ତେ ଭିନ୍ନ ଭିନ୍ନ ଅଞ୍ଚଳର। ପୋଲିସ ଏବେ କେଉଁ ଧରଣ ଅଭିଯୋଗକୁ ଗ୍ରହଣ କରିବ ତାକୁ ନେଇ ପଡିଛି ଚିନ୍ତାରେ।

Share