ଦିନକୁ ୧୦ ଲକ୍ଷ କରୋନା ପରୀକ୍ଷା

ନୂଆଦିଲ୍ଲୀ, ୨୩ା୮: ମହାମାରୀ କରୋନାର ଉଗ୍ରରୂପ ଜାରି ରହିଥିବାବେଳେ କରୋନା ପରୀକ୍ଷାରେ ଭାରତ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଗୋଟିଏ ଦିନକରେ ଦେଶରେ ୧୦ ଲକ୍ଷରୁ ଅଧିକ କରୋନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଅଦ୍ୟାବଧି ଭାରତରେ ୩.୪୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ କରୋନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଶୁକ୍ରବାର ୧୦ ଲକ୍ଷ ୨୩ ହଜାର ୮୩୬ ସାମ୍ପଲ ପରୀକ୍ଷା କରାଯାଇଛି। ରାପିଡ୍‌ ଆଣ୍ଟିଜେନ ଟେଷ୍ଟ ମାଧ୍ୟମରେ ୩.୮ ଲକ୍ଷ ସାମ୍ପଲ ପରୀକ୍ଷା କରାଯାଇଛି। ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଗ୍ରହଣ କରାଯିବା ସହ ଅଧିକରୁ ଅଧିକ ପରୀକ୍ଷା ଲାଗି ପୟାସ ଜାରି ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶରେ ଏବେ ୧,୫୧୧ ଲାବ୍‌ କାର୍ଯ୍ୟ କରୁଛି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଛି।

Share