Categories: ଜାତୀୟ

ଆସନ୍ତା ୫ ବର୍ଷରେ ୧୦ ଲକ୍ଷ ଚାକିରି ସୃଷ୍ଟି ହେବ…

ନୂଆଦିଲ୍ଲୀ, ୨।୪ : ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଦେଶରେ ୧୦ ଲକ୍ଷ ଚାକିରି ସୃଷ୍ଟି ହେବ। ଅଷ୍ଟ୍ରେଲିଆ ସହିତ ବାଣିଜ୍ୟ ବୁଝାମଣା ଦ୍ୱାରା ଦ୍ୱିପାକ୍ଷିକ କାରବାର ସାମ୍ପ୍ରତିକ ୨୭ ଶହ କୋଟି ଡଲାରରୁ ବୃଦ୍ଧି ପାଇ ୪୫ରୁ ୫୦ ଶହ କୋଟି ଡଲାରରେ ପହଞ୍ଚିବ।

ଏହା ଦ୍ୱାରା ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ରୀୟ ବାଣିଜ୍ୟ ଏବଂ ଉଦ୍ୟୋଗମନ୍ତ୍ରୀ ପୀୟୂଷ ଗୋଏଲ ଶନିବାର ସୂଚନା ଦେଇଛନ୍ତି।

ଅଷ୍ଟ୍ରେଲିଆର ବାଣିଜ୍ୟ, ପର୍ଯ୍ୟଟନ ଏବଂ ବିଦେଶମନ୍ତ୍ରୀ ଡୈନ ତେହାନଙ୍କ ସହିତ ଏକ ବୁଝାମଣାପତ୍ରରେ ପୀୟୁଷ ସ୍ବାକ୍ଷର କରିଛନ୍ତି। ଏହା ଭର୍ଚୁଆଲ ମାଧ୍ୟମରେ ସମ୍ପନ୍ନ ହୋଇଛି। ଏହା ଭାରତ ପାଇଁ ଏକ ଐତିହାସିକ ଦିନ ବୋଲି ପୀୟୂଷ କହିଛନ୍ତି।

Share